ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ଶନିବାର ) ବରଗଡ଼ :- ଇ- କୋର୍ଟ ସାର୍ଭିସ ଦ୍ୱାରା ଜନସାଧାରଣ ଅଧିକ ଉପକୃତ ହୋଇପାରିବେ । ଏହାଦ୍ୱାରା ତ୍ୱରିତ ନ୍ୟାୟ ପ୍ରଦାନ ହୋଇପାରିବ । କୋଭିଡ଼ ମହାମାରୀ ସମୟରେ ଇ କୋର୍ଟ ସେବା ଅଧିକ ଉପାଦେୟ ହୋଇପାରିଛି ଏବଂ ଏହି ଦିଗପ୍ରତି ସମସ୍ତ ଆଇନଜୀବୀ ଦୃଷ୍ଟି ଦେଲେ ଆଇନ ସେବା ଓ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସୁସଂଗଠିତ କରାଯାଇ ପାରିବ ବୋଲି ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ଓଡ଼ିଶା ଉଚ୍ଚନ୍ୟାୟାଳୟର ର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଏସ. ମୁରଲିଧରନ ମତ ଦେଇଥିଲେ ।
ବରଗଡ଼ ଜିଲ୍ଲା ଓକିଲ ସଂଘ ସମ୍ମିଳନୀ କକ୍ଷଠାର ଆଜି ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ଥିଲେ । ଏଥିରେ ସଂଘ ର ସଭାପତି କୁଶ ପ୍ରଧାନ ସଭାପତିତ୍ବ କରିଥିଲେ।
