ସୁଧୁରିବା ର ନାଁ ଧରୁନାହାନ୍ତି ପ୍ରଶାସନିକ ଅଧିକାରୀ ; କେବେ ସୁଧୁରିବ ଚାନ୍ଦପୁର ସେବା ସମବାୟ ସମିତି

ଦୁର୍ନୀତି ର ଗନ୍ତାଘର ଚାନ୍ଦପୁର ସମବାୟ ସମିତି

1. ଅଭ୍ୟନ୍ତର କକ୍ଷ ଅସଜଡ଼ା ସମିତି ସଂପର୍କିତ କୌଣସି ସୂଚନା ଫଳକ ସମିତିର ନାମ ଫଳକ ଇତ୍ୟାଦି ନାହିଁ ନାହିଁରେ ଯାହା ଚାଷୀଙ୍କ ପାଇଁ କାଳ ସାଜିଛି

2. ଜିଲ୍ଲା ପ୍ରଶାସନର ଢ଼ିଲା ବ୍ୟବସ୍ଥାର ସୁଯୋଗ ନେଉଛନ୍ତି ସଂପାଦକ ସାଙ୍ଘାତିକ ଓ ସଂଙ୍ଗୀନ ଅଭିଯୋଗକୁ ଅଣଦେଖା କରୁଛନ୍ତି ବିଭାଗୀୟ ଅଧିକାରୀ

3. ଦୈନିକ ରୋକଡ଼ ବହି ଲିଖନ ପ୍ରଭୃତିରେ ଜାଲିଆତି ଦୁର୍ନିତୀ ର ପ୍ରିୟାପ୍ରୀତି ଜଳଜଳ ବାରି ହେଇ ପଡୁଛି

ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ଶନିବାର )ଚାନ୍ଦପୁର ରିପୋର୍ଟ /ଅଭିମନ୍ୟୁ :- ଓଡ଼ିଶା ତାଜା ନ୍ୟୁଜ୍ ଖବର ପ୍ରସାରଣ କରିବାରେ କିଛିଦିନ ପରେ ପ୍ରଶାସନିକ ଚଳଚଞ୍ଚଳ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ମାତ୍ର ଏବେ ପୁନଃ ସେଇ ଏକା ମାନ୍ଦା ଅବସ୍ଥା I ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ନିଯୁକ୍ତ ପରିଦର୍ଶକ,ଭାରପ୍ରାପ୍ତ ପ୍ରଶାସକ ଓ ସମିତି ସମ୍ପାଦକଙ୍କ ମିଳିତ ଅପଚେଷ୍ଟା ଆଜି ସମିତି ଅଧୋଗତିର ମୁଖ୍ୟ କାରଣ I ବିବାଦ ବିତର୍କ ସମସ୍ୟା ଓ ଅନେକ ଅସଂଗତିରେ ଲିପ୍ତ ସମ୍ପାଦକ ବେଖାତିର ଓ ବେଫିକର ହୋଇ ବସି ରହିଛନ୍ତି ଯାହା ଫଳରେ ଉପରୋକ୍ତ ଅଧିକାରୀ ଦ୍ଵୟ ସଂପାଦକଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କୁ ସମବାୟପ୍ରେମୀ ଦୃଢ ନିନ୍ଦା କରିଛନ୍ତି ।

ସମିତିର ଆମୂଳଚୁଳ ତଦନ୍ତ ଓ ଜନଶୁଣାଣୀ କିମ୍ବା ସର୍ବସାଧାରଣ ବୈଠକ ଏଠାରେ କାହିଁକି ହେଉନାହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗାଁ ପରିମଳ… ନ୍ୟାୟରେ ରାସ୍ତା ଉପରୁ ସମିତିର ଦୃଶ୍ୟ ନ କହିବା ଭଲ । ଅଭ୍ୟନ୍ତର କକ୍ଷ ଅସଜଡ଼ା ସମିତି ସଂପର୍କିତ କୌଣସି ସୂଚନା ଫଳକ ସମିତିର ନାମ ଫଳକ ଇତ୍ୟାଦି ନାହିଁ ନାହିଁରେ ଯାହା ଚାଷୀଙ୍କ ପାଇଁ କାଳ ସାଜିଛି | ଜିଲ୍ଲା ପ୍ରଶାସନର ଢ଼ିଲା ବ୍ୟବସ୍ଥାର ସୁଯୋଗ ନେଉଛନ୍ତି ସଂପାଦକ I ସାଙ୍ଘାତିକ ଓ ସଂଙ୍ଗୀନ ଅଭିଯୋଗକୁ ଅଣଦେଖା କରୁଛନ୍ତି ବିଭାଗୀୟ ଅଧିକାରୀ I

ପୂର୍ବରୁ ଏ ସଂକ୍ରାନ୍ତରେ ବିସ୍ତାରିତ ଖବର ପ୍ରକାଶିତ ହୋଇସାରିଛି ମାତ୍ର ସାଧାରଣ ଜନତା ସେବାରୁ ବଞ୍ଚିତ । ଦୁର୍ନିତି ଓ କୁପରିଚାଳନା ପାଇଁ ଉଲିଖିତ ତ୍ରିକୋଣୀୟ ଅସାଧୁମେଣ୍ଟ ପ୍ରତ୍ୟକ୍ଷଦାୟୀ ଅଟନ୍ତି । ଋଣ ଲଗାଣ , ପୁନଃ ଲଗାଣ ,ଗୋଷ୍ଠୀ ଋଣ ପ୍ରଦାନ,ବ୍ୟବସାୟିକ ଋଣ,ମହିଳାଗୋଷ୍ଠୀ ଋଣ ପ୍ରଦାନ ,ଧାନ ପଞ୍ଜିକରଣ,ଦୈନିକ ରୋକଡ଼ ବହି ଲିଖନ ପ୍ରଭୃତିରେ ଜାଲିଆତି ଦୁର୍ନିତୀ ର ପ୍ରିୟାପ୍ରୀତି ଜଳଜଳ ବାରି ହେଇ ପଡୁଛି I

ଉଜୁଡ଼ା ବ୍ୟବସ୍ଥା ସଜାଡ଼ି ହେବ କେବେ ଅସନ୍ତୋଷ ଦାନା ବାନ୍ଧୁଛି ଆଗକୁ ବଡ଼ ଧରଣର ଜନ ଆକ୍ରୋଶର ଶିକାର ଉକ୍ତ ସମିତି ସଂପାଦକ ହେବାର ନିଶ୍ଚିତ ସମ୍ଭାବନା ରହିଛି I ୫ଟି ବିଭାଗ ଅଧିନରେ ରହିଥିବା ଏହି ସମିତିର ଭାଗ୍ୟ ସୁଧୁରିବ କେବେ ? କେଉଁଦିନ ଉଚିତ ସେବା ସ୍ବଛତାର ସହ ହେବ ଦେଖିବାକୁ ବାକି ରହିଲା ।

Exit mobile version