ରାଇପଡା ପଞ୍ଚାୟତରେ ଆତଙ୍କ ର ତାଣ୍ଡବଲୀଳା ଚଲାଇଥିବା ଡକାୟତ ଗୋଷ୍ଠୀ ଙ୍କୁ କାବୁ କରିଛି ଚାନ୍ଦପୁର ପୋଲିସ

ରାଇପଡା ମର୍ଡର କେସ୍ ର ଧର ପଗଡ଼ , ଚାନ୍ଦପୁର ପୋଲିସ ହାତରେ ୧୦ ଅଭିଯୁକ୍ତ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶୁକ୍ରବାର ) ଚାନ୍ଦପୁର ରିପୋର୍ଟ /ଅଭିମନ୍ୟୁ :- ୨୦୨୦ ମସିହାର ରାଇପଡା ମର୍ଡରକେସ୍ ରେ କବାରୀ ସାହି ଓ ନୂଆ ସାହି ମଧ୍ୟରେ ଲାଗିଥିବା ଗୋଷ୍ଠୀ କନ୍ଦୋଳ କରାଇଥିବା କିଛି ଅଭିଯୁକ୍ତ ଗ୍ରାମ ରେ ବିଶୃଙ୍ଖଳା ଏବଂ ଅପରଗ୍ରାମ ରେ କେତେକ ଲୋକଙ୍କ ଆବାସ ଭାଙ୍ଗିଦେବା ଭଳି ଅମାନବିକ କାଣ୍ଡ ଘଟାଇଥିଲେ । ଯାହାଙ୍କୁ ଚାନ୍ଦପୁର ପୋଲିସ କାବୁ କରିଛି । ନୂଆ ସାହି ଗ୍ରାମର କିଛି ଲୋକଙ୍କ ଘର ଭଙ୍ଗାରୁଜା କରିବା ସହ ଟଙ୍କା ପଇସା ଲୁଟି ଆଣିଥିଲେ । ସେହି କେସ୍ ର ଖୋଳତାଡ଼ କରିଛି ଓ ୧୦ ଙ୍କୁ ଗିରଫ କରିଛି ଚାନ୍ଦପୁର ପୋଲିସ । ତେବେ ସୂଚନାନୁସାରେ ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡା ମର୍ଡର କେସ ର ୧୦ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ଆଇଆଇସି ରଶ୍ମି ରଞ୍ଜନ ଦାଶ ଙ୍କ ସମେତ ଏସଆଇ ଅଞ୍ଜଳୀ ଶାହା , ରମେଶ ବେହେରା ଓ ଅନ୍ୟ କର୍ମଚାରୀ ଙ୍କୁ ନେଇ

 

ଉକ୍ତ ଅଭିଯୁକ୍ତ ମାନେ ହେଲେ ନରହରି , ରୋହିତ ନାୟକ ,ଅଶୋକ ନାୟକ , ଜୟନ୍ତ ନାଏକ ,ଲଷ୍ମୀଧର ବାରିକ , କୁମାର ପରିଡା , ପ୍ରଶନ୍ନଜେନା ,ଦେବାଶିଷ ଜେନା , ଗଣେଶ ନାୟକ , ଲୋଚନ ଦୁଆରୀ ଙ୍କୁ ଶୁକ୍ରବାର ସକାଳେ କୋର୍ଟ ଚାଲାଣ କରାଯାଇଛି । ଆଇଆଇସି ରଶ୍ମି ରଞ୍ଜନ ଦାଶ ଙ୍କ ସମେତ ଏସଆଇ ଅଞ୍ଜଳୀ ଶାହା , ରମେଶ ବେହେରା ଓ ଅନ୍ୟ କର୍ମଚାରୀ ଏହି ତଦନ୍ତରେ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଆଇପିସି ଧାରା ୧୪୭,୧୪୮,୪୫୧,୪୫୨,୨୯୪,୫୦୬, ୩୨୩ ,୩୨୪ ଅନୁଯାୟୀ ମାମଲା କୁ କୋର୍ଟ ରେ ହାଜର କରା ଯାଇଥିବା ଜଣା ପଡ଼ିଛି ।

Exit mobile version