ବିଜେପିର ଜନ ଆଶୀର୍ବାଦ ଯାତ୍ରା : ୨୧ରେ ରେଳମନ୍ତ୍ରୀଙ୍କ କଳାହାଣ୍ଡି ଗ୍ରସ୍ତରେ ନର୍ଲାବାସୀ ରେଳୱ।ଗନ କାରଖାନାକୁ ନେଇ ଅସନ୍ତୋଷ – ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆନ୍ତରିକତା ନାହିଁ 

ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶୁକ୍ରବାର) କଳାହାଣ୍ଡି :- ଆଗକୁ ଆସୁଛି ପୈ।ର ଓ ପଞ୍ଚାୟତ ନିର୍ବାଚନ। କଳାହାଣ୍ଡି ଜିଲ୍ଲାରେ ଏବେ ଠୁ ଦେଖା ଦେଲାଣି ରାଜନୈତିକ ଉଷ୍ମତା । ଗାଁ ଠାରୁ ସହର ସବୁଠି କସରତ ଆରମ୍ଭ କରିଦେଲେଣି। ରାଜନୈତିକ ଦଳ ଗୁଡିକ ବିଶେଷ କରି ଶାସକ ଓ ବିରୋଧି ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହେଲାଣି।ଇତି ମଧ୍ୟରେ କେନ୍ଦ୍ର ମନ୍ତ୍ରୀଙ୍କ କଳାହାଣ୍ଡି ଗ୍ରସ୍ତ କାର୍ଯ୍ୟକ୍ରମ ଥିବା ଦୃଷ୍ଟିରୁ ଆହୁରି ସରଗରମ କରିଦେଇଛି ନର୍ଲା ଅଞ୍ଚଳର ଜନସାଧାରଣଙ୍କୁ । ଆସନ୍ତା ୨୧ ତାରିଖରେ କଳାହାଣ୍ଡି ଗ୍ରସ୍ତରେ ଆସୁଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ବର୍ତ୍ତମାନ ବିଜେପିର ଜନ ଆଶୀର୍ବାଦ ଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ଜିଲ୍ଲା ବୁଲିବେ ଓ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇବେ ।

ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଏ ଅଭିଯାନ ବିଜେପି ପାଇଁ ଆସନ୍ତା ପୈ।ର ଓ ପଞ୍ଚାୟତ ଭୋଟ ପାଇ ବାତାବରଣ ସୃଷ୍ଟି କରିବ ବୋଲି ରାଜନୈତିକ ମହଳ ଅନୁମାନ କରନ୍ତି। ତେବେ ନର୍ଲା ସଂଗ୍ରାମ ସମିତି ପକ୍ଷରୁ ରେଳ ମନ୍ତ୍ରଣାଳୟ କେବିକେ ଅଞ୍ଚଳକୁ ବାରମ୍ବାର ଉପେକ୍ଷା କରି ଆସୁଛି ବୋଲି ଅଭିଯୋଗ ହେଉଛି । ପୂର୍ବତନ କଳାହାଣ୍ଡି ସାଂସଦ ଭକ୍ତ ଚରଣ ଦାସଙ୍କ ଉଦ୍ୟମରେ କଳାହାଣ୍ଡି ପରି ଅନୁନ୍ନତ ତଥା ପଛୁଆ ଜିଲ୍ଲାରେ ଏକ ରେଳୱ।ଗନ କାରଖାନା ପ୍ରତିଷ୍ଠା ପାଇଁ ତତ୍କାଳୀନ ରେଳ ମନ୍ତ୍ରୀ ମମତା ବାନାର୍ଜୀ ୨୦୧୦ ମସିହାରେ ଆଗତ ରେଳ ବଜେଟରେ ଘୋଷଣା କରିଥିଲେ । ଏହି ପ୍ରକଳ୍ପ ପାଇଁ ନର୍ଲା ଓ ଲାଞ୍ଜିଗଡ଼ ବ୍ଲକର ସୀମାନ୍ତବର୍ତ୍ତି ଚପଟଖଣ୍ଡା ଅଂଚଳରେ ଥିବା ପ୍ରାୟ ୬୦ ଏକର ସରକାରୀ ଜମି ଚିହ୍ନଟ ହୋଇଥିଲା ।

ପରବର୍ତ୍ତୀ ବଜେଟମାନଙ୍କରେ କିନ୍ତୁ ଏହି ପ୍ରକଳ୍ପ ପାଇଁ କୈାଣସି ବିଶେଷ ଦୃଷ୍ଟି ଦିଆଯାଇ ନ ଥିବା ବେଳେ ଗଞ୍ଜାମର ସୀତାପାଲ୍ଲୀ ଠାରେ ଏହି ରେଳଡବା କାରଖାନା ପ୍ରତିଷ୍ଠା ନିମନ୍ତେ ରେଳ ବିଭାଗ କିଛି ଅର୍ଥ ମଂଜୁର କରିଥିଲା । ସେହିଦିନ ପରଠାରୁ ନର୍ଲାରେ ପ୍ରସ୍ତାବିତ ପ୍ରକଳ୍ପର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଏହାର ପ୍ରତିବାଦରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଏବଂ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ସହ ଆନ୍ଦୋଳନ ହୋଇଥିଲା । ଏହି ପ୍ରକଳ୍ପ ପାଇଁ ପୂର୍ବତନ ସାଂସଦ ଶ୍ରୀ ଦାସ ସେହି ସମୟରେ ଯୁଦ୍ଧଂ ଦେହି ଡାକରା ଦେଇଥିଲେ। ୨୦୧୩ ରେଳ ବଜେଟରେ ତତ୍କାଳୀନ ରେଳ ମନ୍ତ୍ରୀ ମୁକୁଳ ରାୟ ଆଗତ କରିଥିବା ବଜେଟରେ ରେଳୱ।ଗନ କାରଖାନାକୁ ରେଳଡବା ମରାମତି କାରଖାନାରେ ପରିବର୍ତ୍ତନ ହେବା ଘୋଷଣା କରିଥିଲେ  ।

ଏବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆନ୍ତରିକତାର ଅଭାବରୁ ନର୍ଲା ରେଳ ମରାମତି ୱ।କସପ ଫାଇଲ ଭିତରେ ପଡିଛି । ବିଭିନ୍ନ ଉପାୟରେ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ଏହି ପ୍ରକଳ୍ପ କାର୍ଯ୍ୟକୁ ଶୀତଳ ଭଣ୍ଡାର ଭିତରକୁ ଠେଲି ଦେଇ ଥିବା ମନେ ହେଉଛି ।ଅତୀତରେ ନର୍ଲା ନିର୍ବାଚନର ସଂଗ୍ରାମ ସମିତି ପକ୍ଷରୁ ବିକ୍ଷୋଭ ଓ ରେଳରୋକ ଭିତରେ ଏଭଳି କି ସରକାରୀ ଜାଗା ନ ହେଲେ ଚାଷୀମାନେ ନିଜସ୍ବ ଜମି ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।  କିନ୍ତୁ ନର୍ଲା ଚପଟଖଣ୍ଡା ଠାରେ ସରକାରୀ ଜମି ୩୪୭ ଏକର ଥିବା ବେଳେ ରାଜ୍ୟ ସରକାରଙ୍କ ପାତରଅନ୍ତର ନୀତି ପଦାକୁ ଆସିଛି । ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆନ୍ତରିକତାର ଅଭାବରୁ ନର୍ଲା ଠାରେ ପ୍ରସ୍ତାବିତ ପ୍ରକଳ୍ପର ଭବିଷ୍ୟତ ଅନିଶ୍ଚିତ ଅନ୍ଧାର ଭିତରେ ରହିଛି ବୋଲି ନର୍ଲା ଅଞ୍ଚଳରୁ ଅନିରୁଦ୍ଧ ବିଶ୍ୱାଳ, ପ୍ରଦୀପ ଚୈ।ଧୁରୀ, ବିଷ୍ଣୁ ଚରଣ ଗହିର, ଲକ୍ଷ୍ମଣ ବାଗ, କୁମୁଦ ନାଏକ, ଗିରିଧାରୀ ଗଉଡ, ନିର୍ମଳ ନାଏକ, ରାମଚନ୍ଦ୍ର ପରିଡ଼ା ଓ ନର୍ଲା ଅଞ୍ଚଳବାସୀ ମତ ରଖିଛନ୍ତି । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version