
ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଗୁରୁବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ନୃସିଂହନାଥ ସ୍ଥିତ ଭାଗବତ ତ୍ଵତ୍ତ ଆଶ୍ରମ ଠାରେ ଆଜି ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ର ୩୭ତମ ଜନ୍ମ ଦିବସ ପାଳନ କରା ଯାଇଛି । ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦିଲିପ୍ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଦିବସରେ ପରିଷଦ ପୂର୍ବତନ ଆବାହକ ଶ୍ରୀ ଧିରେନ୍ ମହାନ୍ତି ସଭା ସଞ୍ଚାଳନ କରିଥିଲେ । ସର୍ବ ପ୍ରଥମେ ଏକ ମଶାଲ ଶୋଭାଯାତ୍ରାରେ ନୃସିଂହନାଥ ସ୍ଥିତ ମହାତ୍ମା ଗାନ୍ଧି ପ୍ରତିମୃତ୍ତି ରେ ପୂଜାର୍ଚ୍ଚନା କରାଯାଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଗନ୍ଧମାର୍ଦନ ସୁରକ୍ଷା ଆନ୍ଦୋଳନ ର ବରିଷ୍ଠ ନାରୀ ନେତ୍ରୀ ଘନସି ତାଣ୍ଡି ,ଉର୍ମିଳା ମଲ୍ଲିକ,ପୂର୍ବତନ ସରପଞ୍ଚ ପ୍ରମୋଦ ରାୟ ଙ୍କ ଦ୍ଵାରା ପୁଷ୍ପମାଲ୍ୟ ଓ ପୂଜାର୍ଚ୍ଚନା କରାଯାଇ ଥିଲା । ଏହା ପରେ ଗାନ୍ଧୀ ସମାଧି ପୀଠ ରୁ ଆସି ଭାଗବତତ୍ୱତ ଆଶ୍ରମ ଠାରେ ସଭା କରାଯାଇଥିଲା ।

