ହୋଣ୍ଡାର ନୂଆ ବାଇକ୍ “ସିବି୨୦୦ଏକ୍ସ’ ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଗୁରୁବାର )ଭୁବନେଶ୍ୱର :- ହୋଣ୍ଡା ମୋଟର୍‌ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ବାଇକ୍ ସିବି୨୦୦ଏକ୍ସକୁ ଭାରତରେ ଉନ୍ମୋଚନ କରାଯାଇଛି । ଏଥି ସହିତ କଂପାନି ୧୮୦-୨୦୦ ସିସି ବାଇକ୍ କ୍ଷେତ୍ରରେ ନୂଆ ଧାରା ଆରମ୍ଭ କରିଛି । ଦୈନନ୍ଦିନ ଯାତ୍ରା ଲାଗି ଏହାକୁ ଅତି ଯତ୍ନର ସହ ତିଆରି କରାଯାଇଥିବା ବେଳେ ଏହାକୁ ନେଇ ଅଜଣା ରାସ୍ତା ସନ୍ଧାନର ରୋମାଞ୍ଚ ହାସଲ କରିହେବ ଏବଂ ସପ୍ତାହନ୍ତରେ ସହର ଭିଡ଼ ଭିତରେ ଚଲାଇବା କିମ୍ବା ସହର ବାହାରକୁ ଯିବା ଲାଗି ଏହାକୁ ବ୍ୟବହାର କରିବା ବେଶ ଆରାମଦାୟକ ରହିଛି । ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୧,୪୪,୫୦୦ ଟଙ୍କାରୁ ଆରମ୍ଭ ହୋଇଛି । ତିନିଟି ପେଟେଣ୍ଟ ପ୍ରୟୋଗରେ ପ୍ରସ୍ତୁୂତ କରାଯାଇଥିବା ସମ୍ପୂର୍ଣ୍ଣ ନୂଆ ସିବି୨୦୦ଏକ୍ସ ହେଉଛି ହୋଣ୍ଡାର ନବସୃଜନର ପ୍ରତିଫଳନ କାରଣ ଏହା ଗ୍ରାହକମାନଙ୍କ ଆଶା ଠାରୁ ଅଧିକ ଆଗକୁ ଯାଉଥିବା ବେଳେ ଭବିଷ୍ୟତର ଗମନାଗମନ ସୁବିଧା ପ୍ରଦାନ କରୁଛି । ଏହାର ଉନ୍ମୋଚନ ଅବସରରେ ଶ୍ରୀଯୁକ୍ତ ଆତସୁସି ଓଗାତା, ପରିଚାଳନା ନିର୍ଦ୍ଦେଶକ ଓ ସଭାପତି ଏବଂ ସିଇଓ, ହୋଣ୍ଡା ମୋଟର୍‌ସାଇକଲ୍ ଆଣ୍ଡ୍‌ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ହୋଣ୍ଡାର କମ୍ବଦନ୍ତୀ ସିବି ପରମ୍ପରାରୁ ଅନୁପ୍ରାଣିତ ହୋଇ ନୂଆ ମୋଟର୍‌ସାଇକଲ୍‌ ଉପସ୍ଥାପନ କରିବା ଖୁସିର ବିଷୟ । ଭାରତୀୟ ଯୁବବର୍ଗର ଉଦୀୟମାନ ଜୀବନଶୈଳୀକୁ ନଜରରେ ରଖି ସହରକୁ ସନ୍ଧାନ କରୁଥିବା ଏହି ବର୍ଗର ସିବି୨୦୦ଏକ୍ସ ଆଜିର ଯୁବବର୍ଗଙ୍କୁ ଗାଡ଼ିଚାଳନାର ଏଭଳି ଅନୁଭୂତି ପ୍ରଦାନ କରିବ ଯାହା ସେମାନଙ୍କୁ ଅନୁସନ୍ଧାନ ବେଳେ ଆହୁରି ଆଗକୁ ବଢ଼ାଇବ ।

ଚାଳକଙ୍କୁ ରୋମାଞ୍ଚିତ କରିବା ଭଳି ତିଆରି କରାଯାଇଥିବା ସିବି୨୦୦ଏକ୍ସ ସହର ଭିତରେ ଦୈନନ୍ଦିନ ଚଲାଇବା ଏବଂ ସପ୍ତାହନ୍ତରେ ସହର ବାହାରେ ଗାଡ଼ି ଚାଳନା ପାଇଁ ଏହା ଶ୍ରେଷ୍ଠ ମିଶ୍ରଣ ପ୍ରଦାନ କରିବ ।’’ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦ୍ଦେଶକ, ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟର୍‌ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “୧୮୦-୨୦୦ ସିସି ବର୍ଗରେ ଦ୍ରୁତ  ବିପ୍ଳବ ଆଣି ସିବି୨୦୦ଏକ୍ସ ହେଉଛି କ୍ଲାସିକ୍ ସହରୀ ବାଇକ୍ ଯାହାର ହୃଦୟକୁ ପରବର୍ତୀ ବର୍ଗର ନୂଆ ପିଢ଼ିଙ୍କ ଲାଗି ପ୍ରସ୍ତୁତ କରାଯାଇଛି । ହୋଣ୍ଡାର କିମ୍ବଦନ୍ତୀ ଆଡଭେଞ୍ଚର୍ ବାଇକ୍ ଦ୍ୱାରା ଏହାର ଡିଜାଇନ୍‌ ଅନୁପ୍ରାଣିତ ହୋଇଛି । ଏହାର ଡିଜାଇନ୍ ଚାଳକଙ୍କୁ ସହର ଭିତରେ ଚଲାଇବା ଓ ସପ୍ତାହନ୍ତରେ ସହର ବାହାରେ ଗାଡ଼ି ଚାଳନା ବେଳେ ଆରାମଦୟକ ଅନୁଭୂତି ପ୍ରଦାନ କରିବ । ଶକ୍ତିଶାଳୀ ପ୍ରଦର୍ଶନ ଲାଗି ତିଆରି ହୋଇଥିବା ଏହାର ଇଂଜିନ୍ ଶକ୍ତିଶାଳୀ ଟର୍କ ଚରିତ୍ର ଓ ଉଚ୍ଚ ଆର୍‌ପିଏମ୍‌ ରେଂଜ୍‌ରେ ସ୍ପୋର୍ଟି ପ୍ରଦର୍ଶନ ପ୍ରଦାନ କରିବ । ସ୍ୱତନ୍ତ୍ର ନକଲ୍ କଭର ସହିତ ସମନ୍ୱିତ ଏଲ୍‌ଇଡି ୱିଙ୍କର୍ ଗୋଲ୍‌ଡେନ୍ ୟୁଏସ୍‌ଡି ସାମ୍ନା ଫର୍କ ସହିତ ଅନ୍ୟାନ୍ୟ ସୁବିଧା ଦ୍ୱାରା କେବଳ ସିବି୨୦୦ଏକ୍ସ ସଡ଼କରେ ପ୍ରଭାବ ବିସ୍ତାର କରିବ ନାହିଁ ବରଂ ପ୍ରିମିୟମ୍ ଚରିତ୍ର ପ୍ରଦାନ କରିବ । ସିବି୨୦୦ଏକ୍ସ ଆପଣଙ୍କୁ ପ୍ରତି ଥର ଗାଡ଼ି ଚଲାଇବା ବେଳେ ଜୀବନକୁ ସନ୍ଧାନ କରିବାର ସ୍ୱାଧୀନତା ପ୍ରଦାନ କରିବ ।’’ ନୂଆ ସିବି୨୦୦ଏକ୍ସରେ ରହିଛି ୧୮୪ ସିସି ବିଏସ୍‌-୬ ପିଜିଏମ୍‌- ଏଫ୍‌ଆଇ ଇଞ୍ଜିନ୍‌, ଡାଇମଣ୍ଡ୍ ପ୍ରକାରର ଇସ୍ପାତ ଆଲୟ ହ୍ୱିଲ୍‌, ଫୁଲ୍‌ ଡିଜିଟାଲ୍ ଲିକ୍ୱିଡ୍ କ୍ରିଷ୍ଟାଲ୍ ମିଟର୍‌, ସମ୍ପୂର୍ଣ୍ଣ ଏଲ୍‌ଇଡି ଲାଇଟ୍‌ ସେଟ୍‌ଅପ୍‌, ସାମ୍ନା ଓ ପଛ ପେଟାଲ୍ ଡିସ୍କ ବ୍ରେକ୍‌, ହାଜାର୍ଡ ସ୍ୱିଚ୍‌, ଟାଙ୍କିରେ କି’, ଇଞ୍ଜିନ୍ ଷ୍ଟପ୍ ସ୍ୱିଚ୍‌, ମନୋ ସକ୍ ପଛ ସସ୍‌ପେନ୍‌ସନ୍‌, ଟଲ୍‌ ଭାଇଜର୍‌, ଆକର୍ଷଣୀୟ ହାଣ୍ଡେଲ୍ ବାର୍ ଓ ସ୍ପୋର୍ଟି ସ୍ପ୍ଲିଟ୍ ସିଟ୍ । ଏହା ଉପରେ ୬ ବର୍ଷର ୱାରେଂଟି ପ୍ୟାକେଜ୍ ପ୍ରଦାନ କରାଯାଉଛି ।

Exit mobile version