ନାମାଚାର୍ଯ୍ୟ ବାୟାବାବାଙ୍କ ଆଶ୍ରମରେ କଳ୍ପତରୁ ଜଗତର ଶିକ୍ଷାଗୁରୁ ସ୍ଵର୍ଗତ ପର୍ଶୁରାମ ପଣ୍ଡାଙ୍କର ତ୍ରୟୋମାସିକ ବିରହ ମହୋତ୍ସବ ଅନୁଷ୍ଠିତ – ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଗୁରୁବାର ) ଢେଙ୍କାନାଳ :- ଆଜି ଜିଲ୍ଲା ସହର ଉପକଣ୍ଠ କଣ୍ଟେଇକୋଳିଆ ସ୍ଥିତ ନାମାଚାର୍ଯ୍ୟ ବାୟାବାବାଙ୍କ ଆଶ୍ରମରେ କଳ୍ପତରୁ ଜଗତର ଶିକ୍ଷାଗୁରୁ ତଥା କଳ୍ପତରୁ ଏଜୁକେସନାଲ ଟ୍ରଷ୍ଟର ଡାଇରେକ୍ଟର, ଅବସର ପ୍ରାପ୍ତ ଅଧ୍ୟକ୍ଷ ସ୍ଵର୍ଗତ ପର୍ଶୁରାମ ପଣ୍ଡାଙ୍କର ତ୍ରୟୋମାସିକ ବିରହ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ସ୍ଵର୍ଗତ ପର୍ଶୁରାମ ପଣ୍ଡା ବାୟାବାବାଙ୍କ ଶ୍ରୀଚରଣାଶ୍ରିତ ହୋଇ ୧୯୯୯ ମସିହା ମହାବାତ୍ୟା ପରେ ଜଗତର ମଙ୍ଗଳ କାମନା ନିମନ୍ତେ ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତ ଅଧୀନ କଣ୍ଟେଇକୋଳିଆ ଠାରେ ବାବାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରି ଅହୋରାତ୍ର ଦ୍ଵୀପ ପ୍ରଜ୍ବଳନ ସହିତ ଅଖଣ୍ଡ ହରିରାମ ସଂକୀର୍ତ୍ତନର ଶୁଭାରମ୍ଭ କରିଥିଲେ ।

ସେ ଗତ ୨୩/୫/୨୧ ରିଖ ଏକାଦଶୀ ଶୁକ୍ଳ ତିଥିରେ ଦେହତ୍ୟାଗ କରି ଗୁରୁଚରଣ ପ୍ରାପ୍ତି ହୋଇ ଗୁରୁଲୀଳାରେ ପ୍ରବିଷ୍ଟ ହୋଇଛନ୍ତି। ତାଙ୍କର ଆଜି ତ୍ରୟୋମାସିକ ବିରହ ମହୋତ୍ସବ ଅବସରରେ ଆଶ୍ରମ ପରିସରରେ ଆଶ୍ରମର ପରିଚାଳକ ବାବା ମୁରାରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଧିବଦ୍ଧ ଭାବେ ପୂଜା ନିତିକାନ୍ତି ପାଳନ କରାଯାଇଛି।

ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ତିନି ଦିନ ବ୍ୟାପୀ ହରିନାମ ସଂକୀର୍ତ୍ତନ କରିବା ସହ ପ୍ରଭୁଙ୍କ କୃପାଲାଭ କରିଥିଲେ ।

ଏହି ବିରହ ମହୋତ୍ସବରେ ବାବାଜୀ ଶ୍ୟାମାନନ୍ଦ ଦାସ,ଦରଘାପାଟଣା, କଟକ, ବାବାଜୀ ଦୀନଦୟାଲ ପରମେଶ୍ବର ଦାସ, ମହାନଦୀ ବିହାର, କଟକ, ବାବାଜୀ ଯଶୋଦା ନନ୍ଦନ ଦାସ, ରାଧାପତିପୁର,ଶିଳଧାମ ଆଶ୍ରମ, ଆଠଗଡ଼ରୁ ଯୋଗଦାନ କରି ବାବାଙ୍କର ସ୍ମୃତିଚାରଣ କରିବା ସହ ଭାଗବତ ପାଠ କରି ପରିବେଶକୁ ଉତ୍ସବ ମୁଖର କରିଥିଲେ।(ରିପୋର୍ଟ୍ ଅମର ରଞ୍ଜନ ଦାସ ) 

Exit mobile version