ଗୋବିନ୍ଦପୁର ଷ୍ଟେଟ୍ ବ୍ୟାଙ୍କରେ ଠକେଇ, ଗେଟ୍ ରେ ତାଲା ପକାଇ ଗ୍ରାହକଙ୍କ ଧାରଣା – ଢେଙ୍କାନାଳ

1. ତୁରନ୍ତ ଆମର ଟଙ୍କା ଦିଆଯାଉ ଏବଂ ଏଭଳି କାର୍ଯ୍ୟ କରିଥିବା କର୍ମଚାରୀ ଉପରେ କାର୍ଯ୍ୟାନୁଷ୍ଠାନ ଦାବି

2. ବ୍ୟାଙ୍କ ମ୍ୟାନେଜର କହିଛନ୍ତି ତୁରନ୍ତ ୨୪ ଘଣ୍ଟା ମଧ୍ୟରେ ଗ୍ରାହକମାନଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି ପ୍ରତିସ୍ତୃତ ଦେଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଗୁରୁବାର) ଢେଙ୍କାନାଳ :- ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଷ୍ଟେଟ ବ୍ୟାଙ୍କ ଶାଖାରେ ଠକେଇ, ହୋଇଛି। ବିଭିନ୍ନ ଗ୍ରାହକଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପରେ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଆଜି ବ୍ୟାଙ୍କ ଶାଖାରେ ତାଲା ପକାଇ ଗ୍ରାହାଳମାନେ ବିକ୍ଷୋଭ ପଦର୍ଶନ କରିଛନ୍ତି। ସୂଚନା ମୁତାବକ ଗୋବିନ୍ଦପୁର ଅଞ୍ଚଳର କିଛି ଚାଷି ବ୍ୟାଙ୍କରେ ଟଙ୍କା ଜମା କରି ରଖିଥିଲେ।

କିଛି ଗ୍ରାହକ ଚଳିତବର୍ଷ ଚାଷକାର୍ଯ୍ୟରେ ଟଙ୍କା ଲଗାଇବା ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇବା ବେଳେ ଖାତାରେ ଟଙ୍କା ନଥିବାରୁ ହତାସ ହୋଇ ଫେରିଥିଲେ । ଖବର ପାଇ ଅନ୍ୟ କିଛି ଗ୍ରାହକମାନେ ଖାତା ଚେକ୍ କରିବା ସମୟରେ ସେମାନଙ୍କ ଖାତରେ ମଧ୍ୟ ଟଙ୍କା ନ ଥିବାଯାଣିବାକୁ ପାଇଥିଲେ । ଆଜି ପ୍ରାୟ ୧୫ ରୁ ଉର୍ଦ୍ଧ ଗ୍ରାହକ ବ୍ୟାଙ୍କ ସମ୍ମୁଖରେ ପହଞ୍ଚି ହରତଳ କରିବା ସହିତ ବ୍ୟାଙ୍କର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ।

ତୁରନ୍ତ ଆମର ଟଙ୍କା ଦିଆଯାଉ ଏବଂ ଏଭଳି କାର୍ଯ୍ୟ କରିଥିବା କର୍ମଚାରୀ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଭିଯୋଗ ଅନୁଯାୟୀ ପ୍ରାୟ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ବ୍ୟାଙ୍କ ମ୍ୟାନେଜର କହିଛନ୍ତି ତୁରନ୍ତ ୨୪ ଘଣ୍ଟା ମଧ୍ୟରେ ଗ୍ରାହକମାନଙ୍କଟଙ୍କା ଫେରସ୍ତ କରାଯିବ ଓ କର୍ମଚାରି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିସ୍ତୃତ ଦେଇଛନ୍ତି । (ରିପୋର୍ଟ୍, ଅମର ରଞ୍ଜନ ଦାସ ) ଢେଙ୍କାନାଳ 

Exit mobile version