ମୋହନାରେ ଗଡ଼ିଲା କୋଭିଡ ଟୀକା ସଚେତନତା ରଥ

ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ମେଡିକାଲ ପରିସରରେ ଆଜି ଗଡ଼ିଛି କୋଭିଡି ଟୀକା ସଚେତନତା ରଥ । କେନ୍ଦ୍ର ସରକାରଙ୍କ ମାଗଣା ଟୀକା କରଣ ରଥ ଗଜପତି ଜିଲ୍ଲାର ବିଭିନ ଦୁର୍ଗମ ଅଞ୍ଚଳକୁ ଯାଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କୁ ଗୀତ ମାଧ୍ୟମରେ ଯେପରି ଲୋକଙ୍କୁ ବୁଝା ଯିବ ତାହାରି ବ୍ଯବସ୍ଥା କରାଇଛନ୍ତି ।ଏହି ଗାଡିକୁ ମୋହନା ମେଡିକାଲ ଅଧିକାରିଣୀ ଡ଼ା,ନମିତା ପଣ୍ଡା ପତାକା ଦେଖାଇ ଏହାର ଶୁଭକାମନା କରାଇଥିଲେ। ବିଡିଓ ସାର୍ଥକ ସୌରଭ ମହାପାତ୍ର ନଡିଆ ଭାଙ୍ଗି ଦୀପ ପ୍ରଜଳନ କରିଥିଲେ।

ଏହି ଗାଡି ୫ ଦିନ ଧରି ମୋହନା ବ୍ଲକର ବିଭିନ ଦୁର୍ଗମ ଗ୍ରାମ ଗୁଡିକ ପରିଭ୍ରମଣ କରିବ । ପ୍ରଥମ ଦିନରେ ଗରଡ଼ମା, କଟାମା, ପାଣିଗଣ୍ଡା,ଆଲିଗଣ୍ଡା, ଦମାଦୁଆ ଭଳି ଗ୍ରାମରେ ପହଞ୍ଚି ଲୋକଙ୍କୁ କରୋନା ଟୀକାର ଉପାଦେୟତା ସମ୍ବନ୍ଧରେ ବୁଝାଇବ ବୋଲି ମେଡ଼ିକାଲ ପକ୍ଷରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅନୁଷ୍ଠାନର ପିସ କୋଆଡିନେଟର ଭିକାରି ଚ଼ରଣ ବେହେରା, ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ବିଭୁ ପ୍ରସାଦ କର ଓ ମେଡିକାଲ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ରହିଥିଲେ।  (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version