ବରଗଡ଼ ସଦର ମହକୁମା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସ୍ବେଚ୍ଛାସେବୀ ସଂଗଠନ ଫାଇଟ୍ ଅନ୍ ରାଇଟ୍ଫର୍ ପକ୍ଷରୁ – ରକ୍ତଦାନ ଶିବିର

ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ବୁଧବାର ) ବରଗଡ଼ ;- ବରଗଡ଼ ସଦର ମହକୁମା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସ୍ବେଚ୍ଛାସେବୀ ସଂଗଠନ ଫାଇଟ୍ ଅନ୍ ରାଇଟ୍ ଏବଂ ଆମ ଓଡ଼ିଶା ପକ୍ଷରୁ ଯୁବ ସ୍ବାଭିମାନ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ, ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଥିଲେ। ଫାଇଟ ଅନ୍ ରାଇଟ୍ ର ସଭାପତି ଇ° ଦେବବ୍ରତ ମିଶ୍ର ଶିବିର କୁ ପରିଚାଳନା କରିଥିଲେ। ଏଥିରେ ୨ଶହ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । (ସତ୍ୟ ନାରାୟଣ ପ୍ରଧାନ )

Exit mobile version