ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ : ଭୀମକେଲାରେ ଛାତ୍ର ଛାତ୍ରୀଙ୍କୁ ପୋଷାକ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ବୁଧବାର ) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୋଭିଡ ନିୟମ ଭିତରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଛି । ଏଥିରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିଭୂତି ଭୂଷଣ ସାହୁ, ପରିଚାଳନା କମିଟି ସଭାପତି କୁଞ୍ଜବିହାରୀ ସାହୁ, ସଦସ୍ୟ ମିନିକେତନ ମାଝୀ, ଚଞ୍ଚଳା କରୁଆଁ, ଦୀପାଞ୍ଜଳୀ ସୁନା ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ପୋଷାକ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ସୁରେଶ ଚନ୍ଦ୍ର ପଧାନ, ଭରତ ଚନ୍ଦ୍ର ଭୋଇ, ଦେବଦତ୍ତ ମିଶ୍ର, ଶିକ୍ଷୟିତ୍ରୀ ଆଲ୍ଲାଦିନୀ ପୁଟେଲ, ବିନୋଦିନୀ ସାହୁ ସହଯୋଗ କରିଥିଲେ । ବିଦ୍ୟାଳୟର ମୋଟ ୧୪୫ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ସହ ଜୋତା, ମୈ।ଜା ଆଦି ପ୍ରଦାନ କରାଯାଇଥିଲା । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version