ଦୁଲଣାପୁର  ସରପଞ୍ଚ ଙ୍କ ପରିବାରରେ ସମସ୍ତଙ୍କ ନାମରେ ଜବକାର୍ଡ : ସରପଞ୍ଚଙ୍କ ଶାଶୁ ଭେଣ୍ଡର ତଦନ୍ତ ଦାବୀ କଲା ବିଜେପି 

ଓଡ଼ିଶା ତାଜା ନ୍ୟୁଜ (୧୭ ଅଗଷ୍ଟ ମଙ୍ଗଳବାର ) ବାଙ୍କୀ :- ଡମପଡା ବ୍ଲକରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ( ମନରେଗା ) ଯୋଜନାରେ ଚାଲିଛି ମହାଦୁର୍ନୀତି ତଦନ୍ତ ଦାବି କଲା ବିଜେପି । ବିଜେପିର ଅଭିଯୋଗ ମୁତାବକ ଡମପଡା ବ୍ଲକର ପ୍ରଥମେ ତାଳବସ୍ତ ତତ୍ପରେ କୁସୁପଙ୍ଗି ଏବେ ଦୁଲଣାପୁର ପଞ୍ଚାୟତରେ ମନରେଗା ଯୋଜନାର ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ପଞ୍ଚାୟତର ସରପଞ୍ଚ ସୁନୀଲ କୁମାର ସାହୁ ଙ୍କ ପରିବାରରେ ସମସ୍ତେ ଜବକାର୍ଡ ଧାରୀ ହୋଇଥିବା ବାଙ୍କୀ ବିଜେପି ଆଣିଛି ସାଙ୍ଘାତିକ ଅଭିଯୋଗ । ସରପଞ୍ଚ ଙ୍କ ବାପା ସଚ୍ଚିଦାନନ୍ଦ ସାହୁ ଙ୍କ ଜବ କାର୍ଡ ନଂ ଓଆର-୦୬-୦୪୨-୦୦୯-୦୦୨/୭୪୫୨ ସରପଞ୍ଚ ଙ୍କ ବାପା ସଚ୍ଚିଦାନନ୍ଦ ସାହୁ (୫୩)ଙ୍କ କାର୍ଡରେ ସରପଞ୍ଚ ଙ୍କ ମାଆ ନଳିନୀ ସାହୁ (୪୭), ସରପଞ୍ଚ ଙ୍କ ପତ୍ନୀ ବିଜୟଲକ୍ଷ୍ମୀ ସାହୁ( ୨୬) ,ଭଉଣୀ ସସ୍ମିତା ସାହୁ(୨୬) ,ଗୀତାଞ୍ଜଳି ସାହୁ (୨୪) ,ନର୍ମଦା ସାହୁ( ୧୮) ଙ୍କ ନାମ ଯୋଡି ହୋଇଥିବା ଜଣାପଡିଛି ।

ସରପଞ୍ଚ ଙ୍କ ମାଆ ,ବାପା ଓ ସ୍ତ୍ରୀଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ କୁ ଯାଇଛି ମନରେଗା ଯୋଜନାରେ ଟଙ୍କା।ଅନ୍ୟପଟେ ସରପଞ୍ଚ ଙ୍କ ଭଉଣୀ ମାନେ ଅନ୍ୟତ୍ର ବିଭା ହୋଇଯାଇବା ସ୍ଥଳେ ତନ୍ମଧ୍ୟରୁ ଦୁଇଜଣ ଭଉଣୀ  ସରକାରୀ ଚାକିରୀ କରିଥିବା ଜଣାପଡିଛି । ସସ୍ମିତା ସାହୁ ଡମପଡା ଶିକ୍ଷାବିଭାଗ ଅନ୍ତର୍ଗତ ତାଳବସ୍ତ ପଞ୍ଚାୟତ ସ୍ଥିତ ସରକାରୀ ଇଉ.ଜି .ଏମ .ଇ ବିଦ୍ୟାଳରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଡମପଡା ଶିକ୍ଷାବିଭାଗ ପକ୍ଷରୁ ଜଣାପଡିଛି। ଏଭଳି ଘଟଣା ସମୁଖକୁ ଆସିଲା ପରେ ସରପଞ୍ଚ ପରିବାର ର ଲୋକେ ଜବ କାର୍ଡ ଧାରୀ ବୋଲି ଏହା ଏକ ଆଶ୍ଚର୍ଯ୍ୟର ବିଷୟ ଯାହା ସାଧାରଣରେ ଆଲୋଚନାର ପ୍ରସଙ୍ଗ ପାଲଟିଛି ।

ଏହାକୁ ନେଇ ଡମପଡା ବିଜେପି ମଣ୍ଡଳ ସଭାପତି ବିନୋଦ ଦାସ , ସମ୍ପାଦକ ଦାଶରଥି ପଢ଼ିଆରୀ ଓ ଜିଲ୍ଲାସମ୍ପାଦକନିରୋଜ କୁମାର ସ୍ୱାଇଁ  ସ୍ୱର ଉତ୍ତୋଳନ କରିଛନ୍ତି।ଅନ୍ୟପଟେ ସରପଞ୍ଚ ଙ୍କ ଶାଶୁ   ପ୍ରମୋଦିନି ସାହୁ ଙ୍କ ନାମରେ ତୁଳସୀପୁର ପଞ୍ଚାୟତ ଠାରେ ଏକ ଛତୁଆ ଫ୍ୟାକ୍ଟ୍ରିଥିବା ବେଳେ ଦୁଲଣାପୁର ପଞ୍ଚାୟତକୁ ଭେଣ୍ଡର ଭାବେ ଲକ୍ଷ ଲକ୍ଷ ଟଙ୍କାର ମାଲ ସପ୍ଲାଇ କରିଥିବା ସରକାରୀ ୱେବ ସାଇଡ ତଥ୍ୟରୁ ଜଣାପଡିବା ପରେ ବିଜେପି ଅଭିଯୋଗ କରିଛି ଏହାର ତଦନ୍ତ କରି ଉପଯୁକ୍ତ ଦଣ୍ଡ ପାଇଁ ସରକାର ଙ୍କୁ ଅନୁରୋଧ କରିଛି ।

ଡମପଡା ବ୍ଲକରେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ପଞ୍ଚାୟତର ଦୁର୍ନୀତି ର ଛିଟା ସାମନାକୁ ଆସୁଥିବା ନେଇ ବାଙ୍କୀର ଶାସକ ଦଳର ବଡ଼ ପଣ୍ଡା ଙ୍କ ଛତ୍ର ଛାୟା ତଳେ ଏଭଳି କାର୍ଯ୍ୟ ଚାଲିଛି ବୋଲି ସିଧାସଳଖ ଅଙ୍ଗୁଳି ନିର୍ଦ୍ଧେଶ କରିଛନ୍ତି ବାଙ୍କୀର ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢ଼ୀ । ଡମପଡା ବ୍ଲକ ର ବିଡ଼ିଓ,ସହକାରୀ ଯନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ପଞ୍ଚୟତ ର ଭି .ଏ. ଲ .ଡ଼ବୁଲ ପର୍ଯ୍ୟନ୍ତ ସମସ୍ତେ  ଓ ସରପଞ୍ଚ ,ୱାର୍ଡ ମେମ୍ବର ସମସ୍ତେ ନିଜ ନିଜ ସ୍ୱାର୍ଥ ପାଇଁ ଗରିବ ବିକାଶ ପାଇଁ ଆସୁଥିବା ଅର୍ଥ  ହରିଲୁଟ କରୁଛନ୍ତି ଏହାର ଏକ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ତଦନ୍ତ କିମ୍ବା ଭିଜିଲାନ୍ସ ତଦନ୍ତ କରିବାକୁ ବିଜେପି ନେତା ଶ୍ରୀ ପାଢ଼ୀ ଦାବି କରିଛନ୍ତି । ଦୁଲଣାପୁର ସରପଞ୍ଚ ଙ୍କ ଦ୍ଵାରା ହୋଇଥିବା ସମସ୍ତ କାର୍ଯ୍ୟ ମନରେଗା ଓ ରୁବାନ କାର୍ଯ୍ୟ ରେ ଦୁର୍ନୀତି ଓ ନିମ୍ନ ମାନର କାର୍ଯ୍ୟ ହୋଇଛି ତେଣୁ ଏହି ପଞ୍ଚାୟତ ର ସମସ୍ତ କାର୍ଯ୍ୟ ର ମାନ ଓ ପ୍ରକଳ୍ପ ର ତଦନ୍ତ ପାଇଁ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ବିଜେପି ନେତା । ଏ ସମ୍ପର୍କରେ ସରପଞ୍ଚ ଙ୍କୁ ପଚାରିବାରୁ ସେ କହିଲେ ଏହା ବିଜେପି ର ରାଜନୈତିକ ମିଥ୍ୟା ଆରୋପ ମୋ ପରିବାର ନାମ ଜବ କାର୍ଡ଼ ରେ ଥାଇ ପାରେ ମାତ୍ର ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ କୁ କୌଣସି ଟଙ୍କା ଆସିନାହିଁ ତାହାର ପ୍ରମାଣ ଅଛି । ମୋ ଦ୍ୱାରା କୌଣସି କାର୍ଯ୍ୟ ହୋଇନାହିଁ ଶାଶୁ ଶ୍ରୀମତୀ ସାହୁ କିପରି ଭେଣ୍ଡର ହେଲେ ତାହାର ପ୍ରମାଣ ଅଛି ଆମ ପଞ୍ଚାୟତ ରେ ସମସ୍ତ କାର୍ଯ୍ୟ ସ୍ୱଚ୍ଛତାରେ ହୋଇଅଛି ।

Exit mobile version