ବାଙ୍କୀ ଉପକରାଗାର ରେ ୭୫ତମ ସ୍ଵାଧୀନତା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୭ ଅଗଷ୍ଟ ମଙ୍ଗଳବାର ) ବାଙ୍କୀ :- ବାଙ୍କୀ ଉପକାରାଗାର ପ୍ରାଙ୍ଗଣରେ ସୋମବାର ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଉପ କାରାଗାର ର ଅଧିକ୍ଷକ ଅଶୋକ କୁମାର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ କୋଭିଡ କଟକଣା ରେ ଅନୁଷ୍ଠିତ ହୋଇଥିଲା । ସକାଳୁ କାରାଗାର ରେ ଥିବା ସମସ୍ତ ଅନ୍ତବାସୀ ଙ୍କୁ ଅଗଷ୍ଟ ୧୫ସମ୍ପର୍କରେ ଅବଗତ କରେଇବା ସହ ଦେଶ ଭକ୍ତି ସମ୍ପର୍କରେ ବହୁ ଉନ୍ନତ ତଥ୍ୟ ପ୍ରଦାନ କରିଥିଲେ । ସମସ୍ତେ ନିଜ ଦେଶ ଜାତି ପାଇଁ ନିଜର କର୍ତ୍ତବ୍ୟ ପ୍ରଦାନ କରିବା ପାଇଁ ପଣ କରେଇଥିଲେ ।ଉପକରାଗାର ପ୍ରାଙ୍ଗଣରେ ଶ୍ରୀ ବେହେରା ଜାତୀୟ ପତାକା ଉତ୍ତୋଳନ କରି କହିଲେ ଯେ ଜାତିର ପିତା ମହାତ୍ମା ଗାନ୍ଧୀ,

ପଣ୍ଡିତ ନେହୁର, ନେତାଜୀ ସୁବାଷ ଚନ୍ଦ୍ର ବୋଷ , ସର୍ଦ୍ଦାର ପଟେଲ, ମୌଲାନା ଆଜାଦ୍ , ଡ.ବିଆର ଆମ୍ବେଦକର, ଡ.ରାଜେନ୍ଦ୍ର ପ୍ରସାଦ ଙ୍କ ପରି ଦେଶ ଭକ୍ତ ଙ୍କ ଯୋଗୁ ଆମ ଦେଶ ସ୍ଵାଧୀନ ହୋଇଛି ତେଣୁ ସେମାନଙ୍କ ଅବଦାନ ରେ ଦେଶ ସ୍ଵାଧୀନ ହୋଇଛି । ଆମେ ଦେଶ ର ସେବା କରିପାରିଲେ ନିଜକୁ ଭାଗ୍ୟବାନ  ମନେ କରିପାରିବା । ଏହି କାର୍ଯ୍ୟକ୍ରମ ରେ ଉପ ସହ କାରାପାଳ ସରୋଜ କୁମାର ଲେଙ୍କା,ମୁଖ୍ୟ କାରା ରକ୍ଷକ ଶିଶିର କୁମାର ପରିଡା,ସୂର୍ଯ୍ୟ କାନ୍ତ ସାହୁ,ନିହାର ରଞ୍ଜନ ଜେନା ଙ୍କ ସମିତ ସମସ୍ତ କର୍ମଚାରୀ କୋଭିଡ ନିୟମ ଅନୁଯାୟୀ ଉପସ୍ଥିତ ଥିଲେ ।

Exit mobile version