ସ୍ୱାଧୀନତା ଦିବସ ରାତିରେ ଡମପଡା ବ୍ଲକ ର ଆଦର୍ଶ ବିଦ୍ୟାଳୟ ଓ ମା ଖର୍ପର ଚଣ୍ଡୀ ମନ୍ଦିର ରୁ ଚୋରି ୩ଗିରଫ

ଓଡ଼ିଶା ତାଜା ନ୍ୟୁଜ ( ୧୭ ଅଗଷ୍ଟ ମଙ୍ଗଳବାର )ବାଙ୍କୀ :- ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ସମଗ୍ର ଦେଶ ଓ ରାଜ୍ୟ ପାଳନ କରୁଥିବା ବେଳେ ଡମପଡା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ  ଆଦର୍ଶ ବିଦ୍ୟାଳୟ ଓ ତାଳବସ୍ତ ପଞ୍ଚାୟତ ରେ ମା ଖର୍ପର ଚଣ୍ଡୀ ମନ୍ଦିର ରୁ ବିଳମ୍ବିତ ରାତିରେ ଚୋରି ହୋଇଛି।ଖର୍ପର ଚଣ୍ଡୀ ମନ୍ଦିର ରୁ ଉକ୍ତ ରାତିରେ ବୈଦୁତିକ ବାଜା ଓ ଟେବୁଲ ଫ୍ୟାନ ଚୋରି କରି  ଦୁର୍ବୁତ୍ତ ମାନେ  ଖୁବ ଜୋରେ ମଟର ସାଇକେଲରେ ଖୋର୍ଦ୍ଧା ଆଡେ ପଳେଇ ଯାଉଥିବା ବେଳେ ପେଟ୍ରୋଲିଂଗ କରୁଥିବା  ଖୋର୍ଦ୍ଧା ପୋଲିସ ସେମାନଙ୍କୁ ଏତେ ଜୋରରେ ଯାଉଥିବା ରୁ  ସନ୍ଦେହ କରି ଅଟକାଇ ଥିଲେ। ସେମାନଙ୍କୁ ଏତେ ଜୋରେ କାହିଁକି ମଟର ସାଇକେଲରେ ଯାଉଛ ବୋଲି  ପୋଲିସ ପଚାରି ବା ସହ ତାଙ୍କ ଗାଡି ତନଖି କରିଥିଲା।ତନଖି ରୁ   ଜଣା ଗଲା ସେମାନେ  ବାଜା ଓ ଫ୍ୟାନ  ଚୋରି କରି ନେଇ ଯାଉଛନ୍ତି  ।ପୋଲିସ ବାଜା ଓ ଫ୍ୟାନ ଉଦ୍ଧାର କରିବା ସହ  ଚୋରି କରିଥିବା  ପ୍ରତାପ ବେହେରା(୨୨),ବିପିନ ବେହେରା(୨୦) ଓ ଜ୍ଵଲା ପ୍ରସାଦ ଶଢଙ୍ଗୀ(୨୩)ଙ୍କୁ ଅଟକ ରଖି  ପଚାରିବାରୁ ସେମାନେ ମା ଙ୍କ ମନ୍ଦିର ରୁ ଏହାକୁ ଚୋରି କରିଛନ୍ତି ବୋଲି ପ୍ରକାଶ କରିଥିଲେ।ଖୋର୍ଦ୍ଧା ପୋଲିସ ଏ ସମ୍ପର୍କରେ ବାଙ୍କୀ ଥାନା କୁ ଖବର ଦେଇଥିଲେ।୧୬ତାରିଖ ଭୋରୁ ମନ୍ଦିର ଖୋଲିଲା ବେଳେ ଫ୍ୟାନ ଓ ବାଜା ନଥିବା ପୂଜକ ଦେଖି ମନ୍ଦିର ପରିଚାଳନା କମିଟି କୁ ସୂଚନା ଦେଇଥିଲେ।ପାରିଚାଳନା କମିଟି ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ ତାଳବସ୍ତ ଫାଣ୍ଡି ରେ ଦେଇଥିଲେ  ।

ଖୋର୍ଦ୍ଧା ପୋଲିସ ବାଙ୍କୀ ଥାନା କୁ ଏହି ଚୋରି ସମ୍ପର୍କରେ ଅବଗତ କରିବା ପରେ ବାଙ୍କୀ ଥାନା ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ ଙ୍କୁ ଅବଗତ କରିବା ପରେ  ବାଙ୍କୀ ଥାନା ର ଏକ ଟିମ ଯାଇ ଚୋର ମାନଙ୍କୁ ଗିରଫ କରି ଚୋରି ହୋଇଥିବା ଫ୍ୟାନ ଓ ବାଜା ସେଠାରୁ ଆଣିଥିଲେ।ଚୋରି ସାମଗ୍ରୀ ଉଦ୍ଧାର ହୋଇଥିବା ଖବର  ମନ୍ଦିର ପରିଚାଳନା କମିଟି  କୁ ବାଙ୍କୀ ଥାନା ପକ୍ଷରୁ ସୂଚନା ଦିଆ ଯାଇଥିଲା। ଉକ୍ତ ବ୍ୟକ୍ତି ବ୍ୟକ୍ତି ମାନଙ୍କୁ ପୋଲିସ ପକ୍ଷରୁ ୨୧୦/୨୧କେସ ରୁଜୁ କରି ଆଜି ସେମାନଙ୍କୁ  କୋଟ ଚାଲାଣ କରାଯାଇଛି ।ସେହିପରି ଉକ୍ତ  ୧୫ତାରିଖ ରାତି ରେ ଅତି ଅଦ୍ଭୁତ ଉପାୟରେ ଗୋବିନ୍ଦପୁର ପଞ୍ଚାୟତ ଆଦର୍ଶ ବିଦ୍ୟାଳୟ ରୁ କିଛି ଦୁର୍ବୁତ୍ତ ମାନେ ବିଦ୍ୟାଳୟ ରେ ପଶି ବିଦ୍ୟାଳୟ ର ପ୍ରତ୍ୟେକ ଶୌଚାଳୟ ରୁ ବହୁ ମୂଲ୍ୟବାନ ଟ୍ୟାପ ୫୦ଗୋଟି ଓ ବିଦ୍ୟାଳୟ ର କଳା ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର ଙ୍କ ଅଫିସ ରୁମ ରୁ ତାଙ୍କର ଏକ ବ୍ୟକ୍ତିଗତ ଲ୍ୟାପଟପ  ଚୋରି କରିଥିଲେ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯାହା ବିଶେଷ ସୂତ୍ର ରୁ ଶୁଣିବାକୁ ମିଳିଛି ବିଦ୍ୟାଳୟ ର ପ୍ରବେଶ ଗେଟ ରେ ତିନି ଗୋଟି ତାଲା ଚାବି ପଡିଥାଏ।ଗେଟ ର ଉପରଭାଗରେ  ଏକ କ୍ଲାମ୍ପ ରେ ବଡ଼ ତାଲା ମଝି ରେ ଏକ ତାଲା ଓ ତଳେ ଚେନ ଦ୍ୱାରା ଉକ୍ତ ଗେଟ କୁ ବନ୍ଧା ଯାଇ ରେ  ଏକ ତାଲାପଡିଥିଲା।ଉପର ତାଲା ଦୁର୍ବୁତ୍ତ ଖୋଲି ନପାରି ତାର କ୍ଲାମ୍ପ କୁ ତାଡି ଦେଇଛି ମଝି ତାଲା ଭାଙ୍ଗି ଦେଇଛି କିନ୍ତୁ ତଳ ଚେନ ତାଲା ଭାଙ୍ଗି ନାହିଁ ଚେନ ସେମିତି ଅଛି ।

ଚେନ ପଡିଥିବା ରୁ ଗେଟ ଖୋଲିବା ସମ୍ଭବ ନୁହେଁ ତେବେ ଦୁର୍ବୁତ୍ତ କିପରି ବିଦ୍ୟାଳୟ ଭିତରକୁ ପ୍ରଵେଶ କଲା କି ତାହା ପାଖରେ ବିଦ୍ୟାଳୟ ର ଉକ୍ତ ଚେନ ରେ ପକେଇଥିବା ତାଲା ର ଚାବି ଥିଲାକି ଓ ଯେଉଁ ବାଟ ଦେଇ ବାହାରକୁ ବାହାରିବା କଥା ସେହି କବାଟ ର ଭିତର ପଟେ ତାଲା ତାକୁ ଭାଙ୍ଗି ଦୁର୍ବୁତ୍ତ ବାହାର କୁ ବାହାରି ପଳେଇ ଛନ୍ତି।ବାହାରକୁ ବାହାରିବା କବାଟ ଭିତର ପଟେ ତାଲା ବାହାର ପଟେ ନୁହେଁ  ତେଣୁ ଦୁର୍ବୁତ୍ତ ମାନେ ପ୍ରବେଶ ପଟେ ବିଦ୍ୟାଳୟ ରେ ପ୍ରବେଶ କରି  ଚୋରି କରି ବାହାର କୁ ବାହାରିବା କବାଟ ବାଟେ ବାହାରି ପଳେଇ ଥିଲେ।୧୬ତାରିଖ ରେ ବିଦ୍ୟାଳୟ ଖୋଲିଳା ବେଲେ ଜଣା ପଡ଼ିଲା ଏପରି ଚୋରି ହୋଇଛି।ଏ ସମ୍ପର୍କରେ  ଆଦର୍ଶ ବିଦ୍ୟାଳୟ ର ପ୍ରଧାନଶିକ୍ଷକ  ଆଶୁତୋଷ ସାମଲ ଆଜି ତାଳବସ୍ତ ଫାଣ୍ଡି ରେବିଦ୍ୟାଳୟ ର ତାଲା ଭାଙ୍ଗି ଟ୍ୟାପ ପାଣି ର ଟ୍ୟାପ ଚୋରି ର ଲିଖିତ ଅଭିଯୋଗ କରିଥିଲେ।ଫାଣ୍ଡି ଅଧିକାରୀ  ପ୍ରସନ୍ନ କୁମାର ମହାଲି  ଉକ୍ତ ଘଟଣାର କୁ ଅନୁଧ୍ୟାନ କରି କେସ କେସ ନମ୍ବର୨୧୧/୨୧ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।ସେହିପରି ଆଦର୍ଶ ବିଦ୍ୟାଳୟ ର  କଳା ଶିକ୍ଷକ ଶ୍ରୀ ମହାପାତ୍ର ମଧ୍ୟ ତାଙ୍କ ଲ୍ୟାପଟପ ଚୋରି ସମ୍ପର୍କରେ ତାଳବସ୍ତ ଫାଣ୍ଡି ଅଧିକାରୀ ଶ୍ରୀ ମହାଳି ଙ୍କୁ ଆଜି ଲିଖିତ ଅଭିଯୋଗ କରିଛନ୍ତି।ପୋଲିସ ଏହି ଘଟଣା କୁ ଗୁରୁତର ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି।ଏ ସମ୍ପର୍କରେ ତାଳବସ୍ତ ଫାଣ୍ଡି ଅଧକାରୀ ପ୍ରସନ୍ନ କୁମାର ମହାଳି ଙ୍କୁ ପଚାରିବାରୁ ସେ କହିଲେ ଅପରାଧୀ ଙ୍କୁ ଖୁବ ଶୀଘ୍ର ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ତନଖି ଜାରୀ ରହିଛି ।

Exit mobile version