ସ୍ୱାଧୀନତା ଦିବସ ପାଳିଲା ପରିଚୟ ଫାଉଣ୍ଡେସନ୍‌ – ମହିଳା କମ୍ୟୁନିଟି ହଲ୍ ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ ( ୧୭ ଅଗଷ୍ଟ ମଙ୍ଗଳବାର ) ବାଲିପାଟଣା :-  ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳିଛି ପରିଚୟ ଫାଉଣ୍ଡେସନ୍ । ଏହି ଅବସରରେ ବାଲିପାଟଣାଠାରେ ମହିଳାଙ୍କଲ ପାଇଁ ଏକ କମ୍ୟୁନିଟି ହଲ୍ \’କାଞ୍ଚନ ଦେବୀ ହଲ୍‌\’ ଉଦ୍‌ଘାଟନ ହୋଇଛି । ସ୍ଥାନୀୟ ଅଞ୍ଚଳର ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଏଠାରେ ନିୟମିତ ଦକ୍ଷତା ବିକାଶ, ସଚେତନତା କାର୍ଯକ୍ରମ ହେବ । ସ୍ଥାନୀୟ ବାଲିପାଟଣା ବିଧାୟକ ଅରବିନ୍ଦ ଢାଲି, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଡା. ଅମିତ ପାଟ୍ଟଯୋଶୀ, ଡା. ଅରୁଣ ପ୍ରହରାଜ,

ପରିଚୟ ଫାଉଣ୍ଡେସନ ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ, ନିର୍ଦ୍ଦେଶେକ ଜୁନ୍‌ଥି ହୋତା, ମିନର୍ଭା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ହିଁ ପ୍ରକୃତ ସ୍ୱାଧୀନତା ବୋଲି ଅତିଥିମାନେ ମତ ଦେଇଥିଲେ । ମହିଳା ସଶକ୍ତିକରଣ ଓ କମ୍ୟୁନିଟି ହଲ୍ ନିର୍ମାଣ ପାଇଁ ସହଯୋଗ କରିଥିବା ଜାତିସଂଘ ସ୍ୱୀକୃତିପ୍ରାପ୍ତ ସଂଗଠନ ଡବ୍ଲୁଇଡିଓ ପ୍ରତିଷ୍ଠାତା ୱେଣ୍ଡି ଡାଇମଣ୍ଡ ଓ ଏହାର ଏସିଆ ମୁଖ୍ୟ ଡା. ନିଶା କୋହଲିଙ୍କୁ ଶ୍ରୀମତୀ ପାଟ୍ଟଶାଣୀ ଧନ୍ୟବାଦ ଜଣାଇଛନ୍ତି ।

Exit mobile version