ଭିଜିଲାନ୍ସ ବିଭାଗ : ଫରେଷ୍ଟର ଙ୍କ ଠାରୁ ଆୟ ବହୁଳ ସମ୍ପତ୍ତି ଜବତ

ଓଡ଼ିଶା ତାଜା ନ୍ୟୁଜ ( ୧୭ ଅଗଷ୍ଟ ମଙ୍ଗଳବାର ) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ସରକାରୀ କର୍ମଚାରୀଙ୍କ ଠାରୁ ବ୍ୟୟ ବହୁଳ ସମ୍ପତି ଜବତ କରିଛି ଭିଜିଲାନ୍ସ ବିଭାଗ । ସରକାରୀ ବେତନ ପ୍ରାପ୍ତ ଅଧିକାରୀ ଙ୍କ ଆୟ ବହୁଳ ସମ୍ପତି ଏବେ ଭିଜିଲାନ୍ସ ଜାଲରେ । ସରକାରୀ କର୍ମଚାରୀ ହୋଇ ଲୋକଙ୍କ ଠାରୁ ଅନୈତିକ ଭାବେ ଟଙ୍କା ଆଦାୟ କରି ଠୁଳ କରିଥିବା ଅନୁପଯୁକ୍ତ ସମ୍ପତ୍ତି କୁ ଚଢ଼ାଉ କରାଯାଇଛି ।

ତେବେ ସରକାରୀ ପଦବୀ ରେ ଥାଇ ଲୋକଙ୍କ ର ତଣ୍ଟି ଚିପି ପଇସା ଆଦାୟ କରିବା ଏକ ପ୍ରକାର ର ବେଉସା ପାଲଟି ଗଲାଣି ଯାହାକୁ ନେଇ ଭିଜିଲାନ୍ସ ବିଭାଗ ସକ୍ରିୟ ହୋଇ ପଡିଛି । ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରେ ଏଭଳି ଫରେଷ୍ଟରଙ୍କ ପାଖରୁ ବେନାମୀ ସମ୍ପତି ଜବତ ହେବା ସରକାର ଙ୍କ ର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ଜନସାଧାରଣ ।

ତେବେ ମଙ୍ଗଳବାର ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ଘର ଓ ସମ୍ପତି ଉପରେ ଅଚାନକ ଚଢ଼ାଉ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ସୁଶାନ୍ତ ଙ୍କ ପଦ୍ମପୁର ମାଷ୍ଟର କଲୋନୀ ସ୍ଥିତ ଘର ଓ ଝାରବନ୍ଧ ଅଫିସ ରେ ଏକକାଳୀନ ଭାବରେ ଭିଜିଲାନ୍ସର ଦୁଇଟି ଟିମ୍ ଚଢାଉ କରିଥିଲେ ।

ବରଗଡ଼ ଭିଜିଲାନ୍ସ ଡିଏସପି ଦାଶରଥି ସେଠୀଙ୍କ ନେତୄତ୍ବରେ ଦୁଇଟି ଟିମ୍ ଆଜି ଅଚାନକ ଚଢ଼ାଉ କରି ନଗଦ ୫୪୦୦୦ ଟଙ୍କା , ଦୁଇଚକିଆ ଓ ଚାରି ଚକିଆ ଯାନ ଜବତ କରିଛି ଭିଜିଲାନ୍ସ ବିଭାଗ । ତେବେ ଭିଜିଲାନ୍ସ ପକ୍ଷରୁ ୧୨ ଜଣିଆ ଟିମ୍ ଗଠନ କରି ସରକାରୀ ଚାକିରିଆ ଙ୍କ ଉପରେ ଚଢ଼ାଉ କରାଯାଇଛି । (ରିପୋର୍ଟ – ନିରୋଜ ପାଣି)

Exit mobile version