ମାନବ ଅଧିକାର ସୁରକ୍ଷା ସଂଗଠନ ତରଫରୁ ସ୍ଵାଧୀନତା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର) କଳାହାଣ୍ଡି :- ମାନବ ଅଧିକାର ସୁରକ୍ଷା ସଂଗଠନ ତରଫରୁ ୭୫ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। କରୋନା କଟକଣା ମଧ୍ୟରେ ଅଲ୍ ଇଣ୍ଡିଆର ପୂର୍ବତନ କରନଲ ନେଭି ଶୁଶାନ୍ତ କୁମାର ବିଶି ପତାକା ଉତ୍ତୋଳନ କରି‌ ଦେଶକୁ ସ୍ବାଧୀନ କରିବା କ୍ଷେତ୍ରରେ ପୂର୍ବ ମହାପୁରୁଷଙ୍କ ଅବଦାନ ଅତୁଳନୀୟ କହି ମହାମାନବଙ୍କ ସ୍ମୃତି ଚାରଣ କରିଥିଲେ ।

ଏଥିରେ ଅଲ୍ ଇଣ୍ଡିଆର ଉପସଭାପତି ଗଗନେଶ୍ୱର ଠାକୁର, ଓଡ଼ିଶା ସଂଗଠକ ଅମରେଶ କୁମାର ମହାପାତ୍ର, ନର୍ଲା ବ୍ଳକ ସଭାପତି ପଦ୍ମନାଭ ମହାକୁଡ଼, ନର୍ଲା ବ୍ଳକ ଉପସଭାପତି ଦର୍ପଦଳନ ସେନାପତି, ସଂପାଦକ ସନ୍ତୋଷ କୁମାର ଅନ୍ୟ ମାନଙ୍କ ମଧ୍ୟରେ ଶତୃଘ୍ନ ସେନାପତି, ହୃଷିକେଶ ପ୍ରଧାନ,ମିଥିଲା ମାଝୀ, ବୈଷ୍ଣବ ମାଝୀ, କନିଷ୍ଠ ବାଗ, ସରୋଜିନୀ ପାତ୍ର, ମିନାକ୍ଷୀ ମାଝୀ ,ଜତିନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version