ସ୍ଵେଚ୍ଛାସେବୀ ମିଳନ କୁମାର ଭୋଇ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ଓଡ଼ିଶା ତାଜା ନ୍ୟୁଜ ( ୧୭ ଅଗଷ୍ଟ ମଙ୍ଗଳବାର) କଳାହାଣ୍ଡି :- ପରିବେଶ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ମିଲନ କୁମାର ଭୋଇଙ୍କୁ ସମ୍ମାନ ଜନକ ” ପ୍ରକୃତି ବନ୍ଧୁ” ସମ୍ମାନରେ ସମ୍ମାନିତ କରାଯାଇଛି। ରାଜ୍ୟ ପରିବେଶ ଓ ଜଙ୍ଗଲ ବିଭାଗ ପକ୍ଷରୁ ୭୫ ତମ ସ୍ବାଧିନତା ଦିବସ ଅବସରରେ ଜିଲ୍ଲା ବନବିଭାଗ ଅଫିସରେ କଳାହାଣ୍ଡି ଜିଲ୍ଲାର ୧୩ ବ୍ଲକରୁ ଚୟନ ହୋଇଥିବା ପ୍ରକୃତିପ୍ରେମୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ନର୍ଲା ବ୍ଲକ ପାଇଁ ସରିଆଁ ଗ୍ରାମର ଯୁବ ସ୍ବେଚ୍ଛାସେବୀ ମିଲନ କୁମାର ଭୋଇଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଅତିରିକ୍ତ ଜିଲ୍ଲା ବନବିଭାଗ ଅଧିକାରୀ ମଳୟ ରଞ୍ଜନ କାଲୋ ଏବଂ ଉପ ସଂରକ୍ଷଣ ଅଧିକାରୀ ଜିତେନ୍ଦ୍ର ସାହୁ ଏହି ପୁରସ୍କାର ବିତରଣ ଉତ୍ସବରେ ଉପସ୍ଥିତ ଥିଲେ। ଏହି ବର୍ଷ ନର୍ଲା ବ୍ଲକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମା ପାଝରାଣୀ ସାଂସ୍କୃତିକ ଅନୁଷ୍ଠାନ ତୁଲାପଡାକୁ ମଧ୍ୟ ” ପ୍ରକୃତି ମିତ୍ର ” ସମ୍ମାନରେ ସମ୍ମାନିତ କରାଯାଇଛି।
(ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version