ନୟାଗଡ଼ ବ୍ଲକର ୧୨ ନଂ ଜୋନରେ ରକ୍ତଦାନ ଶିବିର : ୧୧୧ ୟୁନିଟ ବ୍ଲଡ଼ ସଂଗୃହିତ

ଓଡ଼ିଶା ତାଜା ନ୍ୟୁଜ (୧୭ ଅଗଷ୍ଟ ମଙ୍ଗଳବାର ) ନୟାଗଡ଼ :- ନୟାଗଡ଼ ନିର୍ବାଚନ ମଣ୍ଡଳୀ ୧୨ନମ୍ବର ଜୋନ୍ ର ୪ଗୋଟି ଗ୍ରାମପଞ୍ଚାୟତ ତଥା ତମ୍ପତିପୁର, ଶରଧା ପୁର, ନାଟୁଗାଁ ଓ ଗଦାଧର ପ୍ରସାଦ ପଞ୍ଚାୟତ ବାସୀ ମିଳିତ ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ମୋ ପରିବାର ସହଯୋଗ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

ଏହି ରକ୍ତଦାନ ଶିବିର ନୟାଗଡ଼ ବିଧାୟକ ତଥ ଓଡ଼ିଶାର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ମହୋଦୟ ଙ୍କ ଅନୁରୋଧ କ୍ରମେ ୪ଗୋଟି ପଞ୍ଚାୟତ ର ବିଜୁ ଯୁବ ଜନତା ଦଳ ଏହାକୁ ପରିଚାଳନା କରିଥିବା ବେଳେ ଏହାକୁ ନୟାଗଡ଼ ବ୍ଳକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ପୁର୍ଣ୍ଣଚନ୍ଦ୍ର ନାୟକ,

ବ୍ଲକ୍ ଉପାଧ୍ୟକ୍ଷ ସୁବାଷ କଁର ଓ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ର ଏହି ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ ଓ ସ୍ବେଚ୍ଛାକୃତ ରକ୍ତଦାତା ଙ୍କୁ ଉତ୍ସାହିତ କରିବା ସହ ଆଗକୁ ଏମିତି ଜୀବନ ବଞ୍ଚାଇବା ସହ ସାମାଜିକ କାମରେ ମନ ଲଗାଇବା ପାଇଁ ଯୁବ ପିଢ଼ି ଙ୍କୁ ଅନୁରୋଧ କରିଥିଲେ । ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ୧୧୧ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିବା ବେଳେ ନୟାଗଡ଼ ରକ୍ତଭଣ୍ଡାର କର୍ମକର୍ତ୍ତା ରକ୍ତ ସଂଗ୍ରହ କରିଥିଲେ । (ରିପୋର୍ଟ -ରାମକୃଷ୍ଣ ରଥ )

Exit mobile version