ନୂତନ ନାଟ୍ୟ ଶୁଭାରମ୍ଭ ଉତ୍ସବ

ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ସୋମବାର ) ବରଗଡ଼ :-  ବରପାଲି ବ୍ଲକ ବଡ଼ଗାଁ କାର୍ଯ୍ୟାଳୟ ଠାରେ ଶ୍ରୀ ଶ୍ରୀ ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ,କୁମ୍ଭାରୀର ବରପାଲି ର ବ୍ରଜେଶ୍ବରୀ ଦେବୀ ଙ୍କ ପୂଜା ସହ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପରିଷଦର ନୂତନ ନାଟ୍ୟ ଶୁଭାରମ୍ଭ ପାଇଁ ପାଣ୍ଡୁଲିପି ପୂଜନ ହୋଇଥିଲା ।

ଗୁରୁ ଭାଗବତ ପ୍ରଧାନ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ । ଏଥିରେ ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ କୁମ୍ଭାରୀ ସହ ଜଡ଼ିତ ଥିବା ମହେନ୍ଦ୍ର କୁମାର ମେହେର, ଡଃ ସୁବଳ ମାଝୀ, ବୀରେନ୍ଦ୍ର ନାଗ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।  (ସତ୍ୟ ନାରାୟଣ ପ୍ରଧାନ)

Exit mobile version