ଉପାନ୍ତ ଅଞ୍ଚଳରେ ଥିବା ପିଏଚସି ରେ ସ୍ବାଧୀନତା ଦିବସ ପାଳନ

ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ସୋମବାର ) ବରଗଡ଼ :- ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା କର୍ମଚାରୀ ଙ୍କ ଗହଣରେ ସେଠାକାର ମେଡିକାଲ ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

୭୫ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସମସ୍ତ କରୋନା ଯୋଦ୍ଧା ଉପସ୍ଥିତ ରେ ଜାତୀୟ ସଙ୍ଗୀତ ଗାନ କରି ପତାକା କୁ ସମ୍ମାନ ପ୍ରଦର୍ଶନ କରିଥିଲେ। (ସତ୍ୟ ନାରାୟଣ ପ୍ରଧାନ)

Exit mobile version