ଡିସିବି ବ୍ୟାଙ୍କକୁ ସରକାରୀ କାରବାର ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଜେନ୍ସି ବ୍ୟାଙ୍କ ଭାବେ ମାନ୍ୟତା

ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିସିବି ବ୍ୟାଙ୍କୁ ଏଜେନ୍ସି ବ୍ୟାଙ୍କ ଭାବେ ସାମିଲ କରାଯାଇଛି । ଫଳରେ ଏହି ବ୍ୟାଙ୍କ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସମ୍ପର୍କିତ ବ୍ୟାଙ୍କିଙ୍ଗ୍ ଓ ପେମେଣ୍ଟ କାରବାର କରିପାରିବ । ରାଜସ୍ୱ ଆଦାୟ, ସିବିଡିଟି, ସିବିଆଇସି, ପେନ୍‌ସନ୍ ପେମେଣ୍ଟ ଓ ସ୍ୱଳ୍ପ ସଞ୍ଚୟ ସ୍କିମ୍‌ ଆଦି ଏଥିରେ ସାମିଲ ରହିଛି । ଡିସିବି ବ୍ୟାଙ୍କକୁ ଏଭଳି ଏକ ସମୟରେ ସାମିଲ କରାଯାଇଛି ଯେତେବେଳେ ଘରୋଇ ବ୍ୟାଙ୍କକୁ ସରକାରୀ କାରବାର କରିବାର ସୁବିଧା ପ୍ରଦାନ କରିବା ଉପରେ ଅର୍ଥ ମନ୍ତ୍ରଣାଳୟ ଲଗାଇଥିବା କଟକଣାକୁ ହଟାଇ ନିଆଯାଇଛି । ଏହି ମାନ୍ୟତା ମିଳିଥିବାରୁ ଡିସିବି ବ୍ୟାଙ୍କ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ବ୍ୟାଙ୍କ ସେବା ପ୍ରଦାନ କରିବ ।

ଏହି ସହିତ ବ୍ୟାଙ୍କ ପକ୍ଷରୁ ଏସ୍‌ଏମ୍‌ଇ, ଅଣୁ ଏସ୍‌ଏମ୍‌ଇ ଓ ବ୍ୟକ୍ତିବିଶେଷ ଗ୍ରାହକଙ୍କୁ ଏହାର ଉନ୍ନତ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଜରିଆରେ ମଧ୍ୟ ସେବା ଜାରି ରଖିବ । ଡିସିବି ବ୍ୟାଙ୍କର ରିଟେଲ୍ ବ୍ୟାଙ୍କିଙ୍ଗ୍ ମୁଖ୍ୟ ଶ୍ରୀଯୁକ୍ତ ପ୍ରବୀଣ କୁଟ୍ଟି କହିଛନ୍ତି ଯେ, “ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସରକାରୀ କାରବାର କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିସିବି ବ୍ୟାଙ୍କକୁ ନିଯୁକ୍ତ କରାଯାଇଥିବାରୁ ଆମେ ଅତ୍ୟନ୍ତ ଖୁସି । ଡିସିବି ବ୍ୟାଙ୍କ ଏସ୍‌ଏମ୍‌ଇ, ଅଣୁ ଏସ୍‌ଏମ୍‌ଇ, କୃଷି ଓ ଅନ୍ତର୍ଭୁକ୍ତୀକରଣ ବ୍ୟାଙ୍କିଙ୍ଗ୍ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଆମେ ସେମାନଙ୍କୁ ସିବିଡିଟି, ସିବିଆଇସି, ଜିଏସ୍‌ଟି କାରବାର ଆଦି ସୁବିଧା ପ୍ରଦାନ କରିବୁ । ଆର୍‌ବିଆଇ ଆମକୁ ଏମ୍‌ପାନେଲ୍ କରିିଥିବାରୁ ଆମେ ଏସ୍‌ଏମ୍‌ଇ ଉପରେ ଅଧିକ ଗୁରୁତ୍ୱ ଦେଇ ସେମାନଙ୍କୁ ସୁହାଇବା ଭଳି, ବ୍ୟୟ ମିତବ୍ୟୟୀ ଓ ଅଭିନବ ସମାଧାନ ପ୍ରଦାନ କରିବୁ ଯାହା ଫଳରେ ସେମାନେ ନିଜର ଆର୍ଥିକ ଅଭିଳାଷ ପୂରଣ କରିପାରିବେ ଓ ସେମାନଙ୍କ ବ୍ୟବସାୟ ଲକ୍ଷ୍ୟ ହାସଲ କରିପାରିବେ ।’’

Exit mobile version