ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓଙ୍କ ଦ୍ଵାରା କାଶୀନଗର ବ୍ଲକ ଉଳଭଦ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଉନ୍ମଚିତ

ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଲଡା ପଞ୍ଚାୟତ ଅନ୍ତର୍ଗତ ଉଲ୍ଲାଭଦ୍ରା ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିକୁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉନ୍ମୋଚନ କରିଥିବାର ଜଣାପଡିଛି । ଏହି ପ୍ରତିମୂର୍ତ୍ତି ଉଲ୍ଲାଭଦ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସ୍ଥାପିତ ହୋଇଛି ।

ଏଥି ଉପଲକ୍ଷେ ଆୟୋଜିତ ଏକ ସଭା କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀରାଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କର୍ମମୟ ଜୀବନି ଉପରେ ଆଲୋକପାତ କରିଥିଲେ । ଏହି ଉନ୍ମଚନ କାର୍ଯ୍ୟକ୍ରମରେ କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍‌.ସୀମାଦ୍ରୀ, ଅଲଡା ସରପଞ୍ଚ ବାସନ୍ତୀ ଶବର, ଅଲଡା ସମିତି ସଭ୍ୟା ନଳିନୀ ପ୍ରଭା ମହାଙ୍କୁଡ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଏହି ମହାପୁରଷଙ୍କ ସ୍ମୃତିଚାରଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଭାଜପାର ବହୁ କର୍ମୀ ଉପସ୍ଥିତଥିଲେ । ସେହିପରି ଉକ୍ତ ଗ୍ରାମର ହନୁମାନ ମନ୍ଦିରର ପୁନଃ ନିର୍ମାଣ ପାଇଁକେ.ନାରାୟଣ ବିଧାୟକ ଶ୍ରୀ ରାଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବାର ମଧ୍ୟ ଜଣାପଡିଛି । ଏହି ଉଦଘାଟନ ସମାରୋହ ରେ ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l

Exit mobile version