କାଶୀନଗର ଠାରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଅନୁମତି ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ ସମାବେଶ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର କାଶୀନଗରରେ ଇନ୍‌ଡୋର୍ ଷ୍ଟାଡିଅମ ନିର୍ମାଣ ପାଇଁ ଅନୁମତି ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ ପ୍ରଦାନ ସକାଶେ ବିଜେଡି ପକ୍ଷରୁ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି ସ୍ଥାନୀୟ ଭେଙ୍କଟେଶ୍ୱର ମନ୍ଦିର ସବାଗୃହରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ଅତିଥି ବାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ଜିଲ୍ଲା ସବାପତି ପ୍ରଦୀପ ନାୟକ, ମହିଳା ଶାଖା ସବାପତି ପୂର୍ଣ୍ଣବାସୀ ନାୟକ, ଯୁବବିଜେଡ଼ି ସଭାପତି ଏସ୍‌.ଲିଙ୍ଗରାଜୁ, ବରିଷ୍ଠ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିନୋଦ ଜେନା,

ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ, ସ୍ଥାନୀୟ ନେତା ରଘୁରାମ ସାହୁ, ରାଜେଶ ମିସାଲ, ଆର୍‌.ରାମ ପ୍ରସାଦ (ଜ୍ୟୋତି) ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷା ଏମ୍‌. ସୁଧାରାଣୀ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ବିଶିଷ୍ଟ କ୍ରୀଡାପ୍ରେମୀ ତଥା ଗଜପତି କ୍ରୀଡା ସଂଘର ସଭାପତି ଦେବାଶିଷ ପାଢିଙ୍କ ଜରିଆରେ ଯୁବକମାନଙ୍କୁ ଦଳ ତରଫରୁ ଭଲିବଲ୍ ଓ ଫୁଟବଲ୍ କିଟ୍ ବଣ୍ଟା ଯାଇଥିଲା । ଏ ଅବସରରେ ହାଡୁଭାଙ୍ଗି ପଞ୍ଚାୟତର ୧୦୦ ଜଣ କର୍ମୀ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ।

ଏ ମିଶ୍ରଣ ପର୍ବ ସ୍ଥାନୀୟ ନେତା ତଥା କାଶୀନଗର ଟାଉନ୍ ବିଜେଡି ସଭାପତି, କାଶୀନଗର ବ୍ଲକ ବିଜେଡି ସଭାପତି ଓ ବରିଷ୍ଠ ନେତା ଜି.ତିରୁପତ୍ତି ରାଓଙ୍କ ଉଦ୍ୟମ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ସମାବେଶରେ ମତ ପ୍ରକାଶ ପାଇଥିଲା । ସାଂଗଠନିକ ସ୍ଥିତିକୁ ସୁଦୃଢ କରିବା ପାଇଁ ବିଜେଡିର ଲୋକାଭିମୁଖୀ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସାଂସଦ ଚନ୍ଦ୍ରଶେଖର ସାହୁ ଏହି ଅବସରରେ ପ୍ରକାଶ କରିଥିଲେ (ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version