ଫୁଟବଲ ଆସୋସିଏସନ୍ ପକ୍ଷରୁ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ସୋମବାର ) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ପଟାଙ୍ଗପଡା ଶାନ୍ତି ନଗର ଫୁଟବଲ ଆସୋସିଏସନ ତରଫରୁ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦୀପକ ମହାନ୍ତି, ସମ୍ମାନିତ ଅତିଥି ଭାବେ ବିଜେଡ଼ି ଯୁବ ନେତା ବିଜୟ କୁମାର ବୁଦ୍ଧିଆ, ବିଜେଡି ଛାତ୍ର ସଭାପତି ଓମ ପ୍ରକାଶ ପୂଝାରୀ ଉପସ୍ଥିତ ରହି ବିଜୟୀ ଡଙ୍ଗରତଳପଡା ଦଳକୁ ଟ୍ରଫି ପ୍ରଦାନ କରିଥିଲେ l

ଅନୁଷ୍ଠିତ ଏହି ଟୁର୍ନାମେଣ୍ଟରେ ଭଟାଙ୍ଗ, ପଟାଙ୍ଗ ପଡା ,ନର୍ଲାରୋଡ଼ କାନ୍ଥିଡିଗିରା ପଡା, ଉଲିସିର୍କା ,ପଲସାପଡା, ଡଙ୍ଗର ତଲପଡା, ଶାନ୍ତି ନଗରପଡା ଦଳ ଭାଗ ନେଇ ଥିବା ବେଳେ ଫାଇନାଲ ମ୍ୟାଚ ଡ଼ଙ୍ଗରତଳ ପଡା ଦଳ ଏକ ଗୋଲରେ ଭଟାଙ୍ଗ ଦଳକୁ ହରାଇ ଟ୍ରଫି ହାସଲ କରିଥିଲେ l

ଏହି ଟୁର୍ନାମେଣ୍ଟକୁ ରେଫରୀ ନାରାୟଣ ମାଝୀ, ପ୍ରିୟବ୍ରତ ଚାନ୍ଦ ପରିଚାଳନା କରିଥିବା  ବେଳେ ଲାଇନ ମ୍ୟାନ ଗଣପତି ଗଉଡ଼ ଓ ଭକ୍ତ ମାଝୀ ସହଯୋଗ କରିଥିଲେ l
ଆୟୋଜକ ସଭାପତି ଅଜିତ ଭୋଇ ସମ୍ପାଦକ ଗଣପତି ଗଉଡ଼ ସହ ସମସ୍ତ କର୍ମକର୍ତା ସହଯୋଗ କରିଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version