75 ତମ ସ୍ଵାଧୀନତା ଦିବସ ଭୁବନେଶ୍ବର ମଧୁସୂଦନ ମାର୍ଗ ସ୍ଥିତ ବିଜୁ ପଟ୍ଟନାୟକ ଯୁବ କଲ୍ୟାଣ ଭବନ ଠାରେ ଏହି ଉପଲକ୍ଷେ ଅୟୋଜିତ ଉତ୍ସବ

 ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର ) ଭୁବନେଶ୍ୱର :- ଭାରତ ର 75 ତମ ସ୍ଵାଧୀନତା ଦିବସ ଓଡିଶା ସରକାରଙ୍କ ରାଜ୍ଯ ଯୁବ କଲ୍ୟାଣ ପରିଷଦ ଦ୍ଵାରା କୋଭିଡ କଟକଣା କୁ ଅନୁପାଳନ କରି ଅନୁଷ୍ଠିତ ହୋଇ ଯାଇଛି l ଭୁବନେଶ୍ବର ମଧୁସୂଦନ ମାର୍ଗ ସ୍ଥିତ ବିଜୁ ପଟ୍ଟନାୟକ ଯୁବ କଲ୍ୟାଣ ଭବନ ଠାରେ ଏହି ଉପଲକ୍ଷେ ଅୟୋଜିତ ଉତ୍ସବ ରେ ରାଜ୍ଯ ଯୁବ କଲ୍ୟାଣ ପରିଷଦ ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ନିଜର ଅଭିଭାଷଣ ଶ୍ରୀ ନାୟକ ଅଗଣିତ ସ୍ଵାଧୀନତା ସଂଗ୍ରାମୀ ଙ୍କର ଅତୁଳନୀୟ ବଳିଦାନ ଓ ଆତ୍ମୋତ୍ସର୍ଗର ସ୍ମୃତିଚରଣ କରିବା ସହ, କଷ୍ଟଲବ୍ଧ ସ୍ଵାଧୀନତା ର ପ୍ରକୂତ ସ୍ଵାଦ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ହେଲେ ଆମକୁ କଠିନ ପରିଶ୍ରମ, ସାଧୁତା ଓ କର୍ତ୍ତବ୍ୟ ନିଷ୍ଠା ଦ୍ଵାରା ସ୍ଵାଧୀନତା ର ସୁଫଳ ଲୋକଙ୍କ ନିକଟରେ ପହଞ୍ଚିବାକୁ ପଡିବ l

ଏଥିପାଇଁ ଆମ ସମସ୍ତଙ୍କର ଗୁରୁ ଦାୟିତ୍ଵ ରହିଛି l ଏକ ସଶକ୍ତ ଓ ସମୃଦ୍ଧ ଭାରତ ଗଠନ ନିମନ୍ତେ ବ୍ରତୀ ହେବାପାଇଁ ଯୁବ ସମାଜ ଆଗେଇ ଆସିବାକୁ ସେ ଆହ୍ଵାନ କରିଥିଲେ l ପ୍ରତ୍ୟେକ ନାଗରିକ ସ୍ଵାଧୀନତା ର ସଦୁପଯୋଗ କରି ନୂଆ ଭାରତ ଗଠନ ନିମନ୍ତେ ନିଜର କର୍ତ୍ତବ୍ୟକୁ ସୂଚାରୁ ରୂପେ ପାଳନ କରିବା ଉଚିତ୍ l ସମାଜ ର ଅବହେଳିତ, ପଛୁଆବର୍ଗ, ମହିଳା ଓ ଯୁବଶକ୍ତି ର ଉନ୍ନତି ନିମନ୍ତେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ୍ ପଟ୍ଟନାଏକ ଙ୍କର ନେତୃତ୍ବରେ ରାଜ୍ଯ ସରକାର ଗ୍ରହଣ କରୁଥିବା ପ୍ରତ୍ୟକ ଟି ଯୋଜନା କୁ ସଫଳ ଭାବେ ରୂପାୟନ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଯତ୍ନବାନ ହେବା ଉଚିତ l ତେବେ ଯାଇ ଜାତି ର ପିତା ମହାତ୍ମା ଗାନ୍ଧୀ ଙ୍କର ରାମରାଜ୍ୟ ର ସ୍ଵପ୍ନ ସାକାର ହେବ l

ଆମ ରାଜ୍ୟ କୋଭିଡ ନିୟନ୍ତ୍ରଣ ଓ ବିପର୍ଯୟ ପରିଚାଳନା ରେ ବିଶ୍ୱ ଦରବାର ରେ ଉଚ୍ଚ ପ୍ରସଂଶିତ ହୋଇଛି , ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକସ କ୍ରୀଡାରେ ଏକଚାଳିଶ ବର୍ଷ ପରେ ଉଭୟ ପୁରୁଷ ଓ ମହିଳା ହକିରେ ଭାରତର ଉଲେଖନୀୟ ସଫଳତା ପଛରେ ରାଜ୍ୟ ସରକାର ବିଶେଷକରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦିଗଦର୍ଶନ ପ୍ରଣୀଧାନ ଯୋଗ୍ୟ ବୋଲି କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ନାୟକ କହିଥିଲେ l ଏହି ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ଯ ଯୁବ କଲ୍ୟାଣ ପରିଷଦ ର ଯୁଗ୍ମ ସଚିବ ତଥା କ୍ରୀଡା ଓ ଯୁବସେବା ବିଭାଗ ର ଯୁଗ୍ମ ଶାସନ ସଚିବ ଶ୍ରୀ ବିଜୟାନନ୍ଦ ନାୟକ, ପରିଷଦର ଓସଡ଼ି ଭାରତୀ ଭିଷଣ ମିଶ୍ର, ଅନିଲ କୁମାର ଚୌଧୁରୀ ଓ ପୋଗ୍ରାମ ଅଫିସର ନିବେଦିତା ଆଚାର୍ଯ୍ଯ, ଓ ଅଡିଟର ଶ୍ରୀ ମାନଗୋବିନ୍ଦ ମଲ୍ଲିକ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ l

Exit mobile version