୭୫ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର ) ବରଗଡ଼ :-  ବରଗଡ଼ ଜିଲ୍ଲା ସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ଏହି ଜାତୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ କେବଳ ପୋଲିସ ବାହିନୀ ପ୍ୟାରେଡ୍ ର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପୂଜାରୀ ସହୀଦ ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ଘେଁସ ଜମିଦାର ସହୀଦ ମାଧୋ ସିଂ ଙ୍କ ପରିବାରର ଦେଶ ମାତୃକାର ସ୍ବାଧୀନତା ପାଇଁ ବଳିଦାନ ଏକ ବିରଳ ଦୃଷ୍ଟାନ୍ତ ବରଗଡ଼ ମାଟିକୁ ଗୈାରବନ୍ବିତ କରିଛି । ଏହାର ସଂସ୍କୃତିକ ଐତିହ୍ୟ ଏହାକୁ ଆନ୍ତର୍ଜାତିକ ସ୍ତରରେ ସ୍ବତନ୍ତ୍ର ପରିଚୟ ଦେଇଛି ବୋଲି କହିଥିଲେ । ଗତ କୋଭିଡ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ ୧୭ ଜଣ କୋଭିଡ ଯୋଦ୍ଧା ଙ୍କୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ଏସପି ରାହୁଲ ଜୈନ ଉପସ୍ଥିତ ଥିଲେ । କାର୍ଯ୍ୟ କ୍ରମ ଗୁଡ଼ିକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ ।

ସ୍ବାଧୀନତା ଦିବସ ଅବସରରେ ଆଜି ସକାଳୁ ରାମଧୂନ ସହର ପରିକ୍ରମା କରିଥିଲେ । ସେହିପରି ସକାଳ ୭ଟା ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପୂଜାରୀ ଗାନ୍ଧୀ ଛକଠାରେ ଥିବା ମହାତ୍ମା ଗାନ୍ଧୀ, ବୀର ସୁରେନ୍ଦ୍ର ସାଏ ଏବଂ ସ୍ବାଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପରେ ମୁଖ୍ୟ ଡାକ୍ତରଖାନାରେ ଫଳ ବଣ୍ଟନ କରିଥିଲେ ।  (ସତ୍ୟ ନାରାୟଣ ପ୍ରଧାନ )

Exit mobile version