ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ ବ୍ଲକ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ସୋମବାର ପାରଳାଖେମୁଣ୍ଡି  :- ଗଜପତି ଜିଲ୍ଲା ନୁଆଗଡ ବ୍ଳକ ସାମ୍ବାଦିକ ସଂଘ ପକ୍ଷରୁ ଖଜୁରିପଦା ସଂଘ କାର୍ଯ୍ୟାଳୟ ଠାରେ ୭୫ ତମ ସ୍ବାଧିନତା ଦିବସ ପାଳିତ ହୋଇଥି୍ଲା । କରୋନା କଟକଣାକୁ ଆଖି ଆଗରେ ରଖି ନିରାମ୍ବାର ଭାବେ ପାଳନ ହୋଇଛି । ସଂଘର ସଭାପତି ଈଶ୍ବର ଚନ୍ଦ୍ର ବିଷୋୟୀ ଜାତୀୟ ପତକା ଉତ୍ତୋଳନ କରି ଭାରତରେ ସ୍ବାଧିନତା ଆନ୍ଦୋଳନ ପରେ ଦେଶର ସ୍ଥିତି ଓ ମହାମ୍ଭଗାନ୍ଧୀଙ୍କ ଭୂମିକା ଉପରେ ମତ ରଖିଥିଲେ ।

ଓମ୍କାର ଟିଭି ନିଦ୍ଧେଶକ କ୍ରୀଷ୍ଣା ନାୟକ ସ୍ବାଧିନତା ପରେ ସରକାରୀ ସ୍ତରରେ ଚତୃଥ ସ୍ତମ୍ଭ ଭାବରେ ସାମ୍ବାଦିକ ମାନଙ୍କର ଭୂମିକା ଓ ସାମାଜିକ ସ୍ତରରେ ଜନସଚେତନତା ସୃଷ୍ଟି କରିବାର ମାଧ୍ୟାମ ବୋଲି କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ସଂଘର ଉପ ସଭାପତି ଯଦୁ ମଣି ଦଳାଇ, କୋଷାଧ୍ୟକ୍ଷ ସୂର୍ଯ୍ୟ ପରଗ ଛିଞ୍ଚାଣି , ସମ୍ପାଦକ ଶ୍ରୀଧର ଦାସ, ମନୋହର ପରିଛା, ଯୋଗ୍ୟବନ୍ତ ପରିଛା, ଯୋଗ ଦେଇଥିଲେ । (ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version