Home ଓଡ଼ିଶା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୭୫ତମ ସ୍ଵାଧୀନତା ଦିବସ ସମାରୋହ ପାଳିତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସୂଚନା ଓ ଲୋକ-ସମ୍ପର୍କ ବିଭାଗ ଆନୁକୂଲ୍ୟରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ-୨୦୨୧ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉତ୍ସବରେ ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ , ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) ଶ୍ରୀ ଜଗନ୍ନାଥ ସାରକା ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ୟାରେଡ଼ ଦଳର ଅଭିବାଦନ ଗ୍ରହଣ କରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ପ୍ରଥମେ ଦେଶପାଇଁ ବଳିଦାନ ଦେଇ ଯାଇଥିବା ଦେଶପ୍ରେମୀ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ କରି ସେମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଆଜିର ଦିନ ଏକ ପବିତ୍ର ଗର୍ବ ଓ ଗୌରବର ଦିନ । ରାଜ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଜାରି ରହିଛି। ସେ ସବୁର ସଫଳତା କାମନା କରିବା ସହ ଓଡିଶାକୁ ଦେଶର ଅନ୍ୟତମ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ମିଳିମିଶି ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ କରିଥିଲେ । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜାରୀ କରାଯାଉଥିବା କୋଭିଡ ମାର୍ଗ-ଦର୍ଶିକାକୁ ଧୈର୍ଯ୍ୟ ଓ ସାହସର ସହ ଅନୁପାଳନ ପୂର୍ବକ ମୁକାବିଲା କରି କରୋନା ମହାମାରୀକୁ ହରାଇବା ଦିଗରେ ସମସ୍ତେ ସକ୍ରିୟ ସହଯୋଗ କରି ଏକ ସମୃଦ୍ଧ ଓ ସଶକ୍ତ ଓଡିଶା ନିର୍ମାଣ କରିବାକୁ ସଂକଳ୍ପ-ବଦ୍ଧ ହେବାପାଇଁ ଆହ୍ବାନ କରିଥିଲେ । ଶେଷରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଓ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ଜିଲ୍ଲାରେ ଶ୍ରେଷ୍ଠ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ଦେବା ସହ କୋଭିଡ୍ ୱାରିଅର(ଯୋଦ୍ଧା) ମାନଙ୍କୁ ପ୍ରମାଣପତ୍ର ଏବଂ ଆଦିବାସୀ ମାନଙ୍କୁ ଜଙ୍ଗଲଜମି ପଟ୍ଟା ପ୍ରଦାନ କରିଥିଲେ। ଏହି ଉତ୍ସବର ପ୍ୟାରେଡ଼ ଦଳରେ ପୋଲିସ ରିଜର୍ଭ ଇନ୍ସପେକ୍ଟର ଶ୍ରୀ ଡମ୍ବରୁ ଧର ହନାଗାଙ୍କ ନେତୃତ୍ୱରେ ୨ ଟି ଦଳ ଯଥା ଜିଲ୍ଲା-ପୋଲିସ ବାହିନୀ ଓ ଓଏସଏପି ୩ ୟ ବାଟାଲିଅନ ବାହିନୀ ଯୋଗ ଦେଇଥିଲେ । (ଗରୁଡ଼ ଧ୍ଵଜ ଚୌଧୁରୀ ) Categories: ଓଡ଼ିଶା, ଗଜପତି, ହୋମ୍ Related Content ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana May 10, 2026 ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ by Proprietor Abhimanyu Maharana May 10, 2026 ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ by Proprietor Abhimanyu Maharana May 10, 2026 ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana May 10, 2026 ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁ ରଥ କାରିଗରଙ୍କୁ ସମ୍ମାନ by Proprietor Abhimanyu Maharana May 10, 2026 ମୃତ ରାକେଶକୁ ନ୍ୟାୟ ଦାବିରେ - ୫ ଘଣ୍ଟା ରାସ୍ତାରୋକ by Proprietor Abhimanyu Maharana May 10, 2026