ଗୋଡିପଡା ଭାଜପା କାର୍ଯ୍ୟକାରୀଣି ବୈଠକ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଗୋଡ଼ିପଡ଼ା ଜୁନ କଲ୍ୟାଣୀ ମଣ୍ଡପ ଠାରେ କାଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ୭୫ ତମ ସ୍ବାଧିନତା ଦିବସ ପାଳନ କରାଯାଇଥିଲା ବୈଠକ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ,ବିଧାୟିକା ,ଓ ବର୍ତ୍ତମାନ ରେଳ ମନ୍ତ୍ରଣାଳୟ ବୋର୍ଡ ର କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ସୁରମା ପାଢ଼ୀ ମହୋଦୟା ଓ ଗୋଡିପଡା ଜିଲ୍ଲା ପରିଷଦ ନୟାଗଡ ଜିଲ୍ଲା ଭାଜପା ଉପସଭାପତି ଶ୍ରୀଯୁକ୍ତ ଭାଗବତ ସେଠୀ, ଗୋଡିପଡା ସରପଞ୍ଚ ଓ ଭାଜପା ଜିଲ୍ଲା ସାଧାରଣ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ , ଗୋଡ଼ିପଡ଼ା ସମିତିସଭ୍ୟ ଓ କାର୍ଯ୍ୟକାରିଣୀ ବୈଠକ ର ମଣ୍ଡଳ ସଭାପତି ବସନ୍ତ ମହାନ୍ତି , ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ପରେଶ୍ ମିଶ୍ର ,

ଗୋଡିପଡା କାର୍ଯ୍ୟକାରିଣୀ ବୈଠକ ସାଧାରଣ ସମ୍ପାଦକ ଓ ଡିମିସର ସରପଞ୍ଚ ହୃଷୀକେଶ ବିଶୋଇ , ବରସହି ପୂର୍ବତନ ସମିତି ସଭ୍ୟ ବର୍ତ୍ତମାନ ଗୋଡ଼ିପଡ଼ା ମଣ୍ଡଳ ସଭାପତି କୁଳମଣୀ ମାଝୀ ଓ ୧୧ ଟି ପଞ୍ଚାୟତ ର ଭାଜପା ର ବହୁ କର୍ମ କର୍ତ୍ତା ଙ୍କ ଉପସ୍ଥିତି ରେ ବୈଠକ ସମ୍ପୂର୍ଣ୍ଣ ହୋଇଥିଲା ବୈଠକ ର ପ୍ରଥମ ଲକ୍ଷ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସୁରମା ପାଢ଼ୀ ମହୋଦୟ କିପରି ଭାବରେ ଭାଜପା ପୂର୍ବପରି ଗୋଡ଼ିପଡ଼ା ମଣ୍ଡଳ ରେ ପୁର୍ନବାର ସର୍ବାଧିକ ସରପଞ୍ଚ ନିର୍ବାଚନ ରେ ବିଜୟ ଲାଭ କରିବେ ଗୁରୁମନ୍ତ୍ର ମଧ୍ୟ ଦେଇଥିଲେ । ପ୍ରତ୍ୟେକ ପଞ୍ଚାୟତ ର ଶକ୍ତି କେନ୍ଦ୍ର ମଧ୍ୟ ଗଠନ ହୋଇଥିଲା । ରଣପୁର ନିର୍ବଚନ ମଣ୍ଡଳୀ ରେ ଭାଜପା ରୁ ପୂର୍ବରୁ ମଧ୍ୟ ସୁରମା ପାଢ଼ୀ ବିଧାୟିକା ନିର୍ବାଚିତ ହୋଇଥିଲେ ଲୋକ ଙ୍କ ପଖରେ ପହଞ୍ଚି ବହୁ କଯ୍ୟ କରି ଲୋକଙ୍କ ମାନ କିଣି ନେଇଥିବାରୁ ଲୋକେ ଅପା ଙ୍କୁ ଭୁଲିବା ମଧ୍ୟ ଅସମ୍ଭବ ପର ବୋଲି ସାଧାରଣ ଓ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି ।  ( ରିପୋର୍ଟ -ରାମକୃଷ୍ଣ ରଥ )

Exit mobile version