ଦୁଇ ବର୍ଷ ଧରି ରଣପୁରରେ କରିଥିବା କାର୍ଯ୍ୟକଳାପ କୁ ନେଇ ଆନ୍ତରିକ ସୀମା ସୁରକ୍ଷା ପଦବୀ ହାସଲ କଲେ – ଆଇ ଆଇସି ରଶ୍ମି ରଞ୍ଜନ ଦାଶ

ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର) ରଣପୁର ରିପୋର୍ଟ /ଅଭିମନ୍ୟୁ  :- ଦୀର୍ଘ ଦୁଇ ବର୍ଷ ଧରି ରଣପୁରର କାର୍ଯ୍ୟକଳାପ କୁ ନେଇ ଆନ୍ତରିକ ସୀମା ସୁରକ୍ଷା ପଦକ ପାଇଁ ମନୋନୀତ ହେଲେ ଆଈଆଇସି ରଶ୍ମି ରଞ୍ଜନ ଦାଶ । ସୀମା ସୁରକ୍ଷା ଓ ମାଓପ୍ରବଣ ଅଞ୍ଚଳ ଗୁଡିକରେ ପ୍ରତିବର୍ଷ ସ୍ୱାଧୀନତା ଦିବସ ଉପଲକ୍ଷେ ଆନ୍ତରିକ ସୀମା ସୁରକ୍ଷା ପଦକ ପ୍ରଦାନ କରାଯାଏ । ହେଲେ ଚଳିତ ବର୍ଷ ନୟାଗଡ଼ ଜିଲ୍ଳା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଥାନା ଆଇଆଇସି ରଶ୍ମି ରଞ୍ଜନ ଦାଶ ଙ୍କୁ ଏହି ଆନ୍ତରିକ ସୀମା ସୁରକ୍ଷା ପଦକ ପାଇଁ ଡିଜିପି ମନୋନୀତ କରିଛନ୍ତି । ଉପକୂଳ ଅଞ୍ଚଳ ହେଲେ ମଧ୍ୟ ଗତ ବର୍ଷ ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ରଣପୁର ରେ ଆଇଆଇସି ଦାୟିତ୍ୱରେ ଥିବା ବେଳେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରି ସାଧାରଣ ଲୋକ ଙ୍କ ଅନ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିଲେ ଏବଂ ଯେଉଁଥିପାଇଁ ଶ୍ରୀ ରଶ୍ମି ରଞ୍ଜନ ଏହି ପଦକ ହାସଲ କରିପାରିଛନ୍ତି ।

ତେବେ ୨୦୧୯ ମସିହାରୁ ରଣପୁର ଥାନା ଅଧିକାରୀ ଭାବେ ନିୟୋଜିତ ହୋଇ ରଶ୍ମି ରଞ୍ଜନ ଦାଶ ରଣପୁର କୁ ନିଶା ମୁକ୍ତ ଅଞ୍ଚଳରେ ପରିଣତ କରିବା ସହ ବ୍ରାଉନସୁଗର , ମଦ , ବାଲି , ପଥର ଖଣି ର ବେଆଇନ ଚାଲାଣ କୁ ରୋକ ଲଗାଇଥିବା ବେଳେ ରଣପୁର କୁ ନିଶା ମୁକ୍ତ ଓ ଅପରାଧୀ ମୁକ୍ତ ଅଞ୍ଚଳ କରିବା ଦିଗରେ ବହୁ ପରିଶ୍ରମ କରିଥିଲେ । ଯାହା ଫଳରେ ଡିଜିପି ଆଜି ଏହି ପଦକ ପାଇଁ ଆଇଆଇସି ରଶ୍ମି ରଞ୍ଜନ ଦାଶଙ୍କୁ ମନୋନୀତ କରିଥିବା ଜଣାଯାଉଛି ।

ଦୁଇ ବର୍ଷ ଧରି ରଣପୁର ରେ କରିଥିବା କାର୍ଯ୍ୟକଳାପ କୁ ନେଇ ଏହି ପଦକ ପ୍ରାପ୍ତ କରିଛନ୍ତି ବୋଲି ସୂଚନା ମିଳିଛି । ଏବେ ମଧ୍ୟ ଦେଖିବାକୁ ଗଲେ ରଣପୁର ରୁ ବଦଳି ହୋଇ ଚାନ୍ଦପୁର ଅଞ୍ଚଳରେ ଭାରପ୍ରାପ୍ତ ଅଧିକାରୀ ଭାବେ ନିୟୋଜିତ ରହି ଲୁଟ୍ ପାଟ୍ , ଚୋରି ତସକରି , ମଦ , ଖଣି ମାଫିଆ ଙ୍କୁ ଧରିବା ପାଇଁ ଅଧିକ ସକ୍ରିୟ ହୋଇ ଉଠିଛନ୍ତି । ତେବେ ଆଜିର ଏହି ପଦକ ହାସଲ କରି ରଣପୁର ଓ ଚାନ୍ଦପୁର ଅଞ୍ଚଳରେ ଗୌରବ ଆଣି ଦେଇଛନ୍ତି ଆଇ ଆଇସି ରଶ୍ମି ରଞ୍ଜନ ଦାଶ । ଯାହା ପାଇଁ ଜନସାଧାରଣ ଓ ବରିଷ୍ଠ ବୁଦ୍ଧିଜୀବୀ ମହଲରୁ ସ୍ୱାଗତ କରାଯାଇଛି ।

Exit mobile version