Home ଓଡ଼ିଶା ନୟାଗଡ଼ରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ – by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ,ରବିବାର) ନୟାଗଡ଼ :- ନୟାଗଡ଼ରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ ଆଇନ ଅନୁଯାୟୀ ଏଠାକାର ପୋଲିସ ଟ୍ରେନିଂ ସ୍କୁଲ ପଡିଆରେ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଡ଼. ପୋମା ଟୁଡୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ନିଜର ବକ୍ତବ୍ୟରେ ନୟାଗଡ଼ ଜିଲ୍ଲାର ଐତିହ୍ୟ, ପରମ୍ପରାର ମହାନତା ବଖାଣି ଥିଲେ | ଏପରିକି ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ନୟାଗଡ଼ର ମହାନ ଅବଦାନ ସମ୍ପର୍କର ଅବତାରଣା କରିବା ସହ ଜିଲ୍ଳାର ବରପୁତ୍ରମାନଙ୍କ ମହାନ ତ୍ୟାଗ ତଥା ବଳିଦାନକୁ ମନେ ପକେଇ ଜିଲ୍ଳାପାଳ ଡ଼ ଟୁଡୁ ସେମାଙ୍କୁ ଭକ୍ତିପୂତ ପ୍ରଣିପାତ ଜଣାଇଥିଲେ | ଏହି ପରିପ୍ରେକ୍ଷୀରେ ଜିଲ୍ଳାପାଳ ଡ଼ ଟୁଡୁ କରୋନା ଆଇନକୁ ମାନିଚଳିବା ପାଇଁ ଜିଲ୍ଲାବାସୀଙ୍କୁ ଗଭୀର ନିବେଦନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଆଇନଜୀବୀ, ସାମ୍ବାଦିକ, ବୁଦ୍ଧିଜୀବୀ, ଜିଲ୍ଳାର ସମସ୍ତ ବରିଷ୍ଠ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ | ତେବେ ଜାତୀୟ ପତାକା ଠିକ ୯ ଘ. ୧୫ ମି. ରେ ଜିଲ୍ଲାପାଳ ଉତ୍ତୋଳିତ କରିଥିବାବେଳେ ସକାଳ ୮ ଘ. ସମୟରେ ତ୍ରିନାଥ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ପ୍ରମୁଖ ମାଲ୍ୟାର୍ପଣ କରଥିଲେ | ତେବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଟଙ୍କଧର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ଆଗେଇ ନେବା ପାଇଁ ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ଜୟଦୀପ ମହାନ୍ତିଙ୍କ ନେତୃତ୍ୱରେ ଟାଉନ ଥାନା ପୋଲିସ ସଜାଗ ରହିଥିବା ଦେଖା ଯାଇଥିଲା (ରିପୋର୍ଟ -ରାମକୃଷ୍ଣ ରଥ ) Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ by Proprietor Abhimanyu Maharana June 23, 2026 ଭୁବନେଶ୍ୱରରେ "ଉତ୍କର୍ଷ ୨୦୨୬" ଅଲ୍ ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି by Proprietor Abhimanyu Maharana June 23, 2026 FTII and NTWB (Govt. Of India) to Host "UTKARSH 2026" — All Odisha Business Summit in Bhubaneswar on 28 June 2026 by Proprietor Abhimanyu Maharana June 23, 2026 ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ by Proprietor Abhimanyu Maharana June 23, 2026 Vedanta Power Debuts on D-Street, To Expand to 12 GW by FY33 by Proprietor Abhimanyu Maharana June 23, 2026 ଡି-ଷ୍ଟ୍ରିଟ୍ରେ ବେଦାନ୍ତ ପାୱାର୍ର ପ୍ରବେଶ, ଆର୍ଥିକ ବର୍ଷ ୨୦୩୩ ସୁଦ୍ଧା ୧୨ ଜିଗାୱାଟ୍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ by Proprietor Abhimanyu Maharana June 23, 2026