କୋରାଇ, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍) କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ / ମଙ୍ଗଳବାର, ଏପ୍ରିଲ 14.4.2020 :- ଲକ୍ଷ୍ମୀନଗର ପଂଚାୟତ ସ୍ଥିତ ପଂଚମୁଖୀ ହନୁମାନ ପୂଜାକମିଟି ପକ୍ଷରୁ କରୋନା ଭୁତାଣୁଠୁ ପଂଚାୟତ ଅଂଚଳକୁ ରକ୍ଷାକରିବା ପାଇଁ ବ୍ରାହ୍ମଣ ଶାସନ, ତରାପୁର ସ୍ଥିତ ମା’ ହିଙ୍ଗଳା ପୀଠ, ଲକ୍ଷ୍ମୀନଗର ଗାଁର ସମସ୍ତ ପଡା, ହାଇସ୍କୁଲ, ପଂଚାୟତ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର ପରିସର, ତରାପୁର ହାଟ, ଝାଡେଶ୍ୱର ମନ୍ଦିର ଓ ଛକ ବଜାର ଆଦି ବିଭିନ୍ନ ସ୍ଥାନକୁ ସାନିଟାଇଜ କରାଯାଇଛି । ଏମିତିକି ଗାଁର ରାସ୍ତା ଘାଟ, ନଳକୂପ, ଡ୍ରେନ ଆଦି ଚତୁଃପାଶ୍ୱର୍ ସଫେଇ କରାଯିବା ସହ ବ୍ଲଚିଂ ପାଉଡର ଓ କୀଟନାଷକ ଔଷଧ ଛିଂଚନ କରାଯାଇଛି । ଏଥି ସହିତ କମିଟି ପକ୍ଷରୁ ସମସ୍ତ ସଦସ୍ୟ ସାମାଜିକ ଦୂରତା ପାଳନ କରିବା ସହ ମୁହଁରେ ମାସ୍କ, ହାତରେ ଗ୍ଲୋବ୍ସ ବ୍ୟବହାର କରିଥିଲେ । ଏହିପରିପ୍ରେକ୍ଷିରେ ଗାଁର ସମସ୍ତ ଅଧିବାସୀଙ୍କୁ ସଚେତନତା ପୂର୍ବକ ସତର୍କ ରହିଲେ କରୋନା ମହାମାରୀ ସ୍ପର୍ଶ କରିପାରିବ ନାହିଁ ବୋଲି କହିବା ସହ ଆବଶ୍ୟକତା ନଥିଲେ ପଦାକୁ ନବାହାରିବା ପାଇଁ ଅନୁରୋଧ କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମିଟର ସଭାପତି ବାମଦେବ ସାହୁ, ସଂପାଦକ ମଧୁସୂଦନ ରଣା, ଉପସଭାପତି ସତ୍ୟାନନ୍ଦ ସାହୁ, ପ୍ରଭାତକୁମାର ସାହୁ, ସର୍ବେଶ୍ୱର ସାହୁ, ରାକେଶକୁମାର ସାହୁ, ହିମାଂଶୁ ମହାରଣା, ଶଙ୍କର୍ଷଣ ସାହୁ, କିରଣକୁମାର ସାହୁ, ବଳରାମ ପଟ୍ଟୁ, ଶିବାନନ୍ଦ ସାହୁ, ସିପୁନ ସାହୁ, ପିଂଟୁ ସାହୁ, ଜୟନ୍ତକୁମାର ସାହୁ ପ୍ରମୁଖ କମିଟର ସମସ୍ତ କର୍ମକର୍ତା ଓ ସଦସ୍ୟମାନେ ଯୋଗଦେଇ ପରିଚାଳନାରେ ସହଯୋଗିତା କରିଥିଲେ ।
ପଂଚମୁଖି ହନୁମାନ କମିଟ ପକ୍ଷରୁ ଗାଁ ପରିସରକୁ ସାନିଟାଇଜ କରାଗଲା

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ
by
Proprietor Abhimanyu Maharana
September 12, 2026
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ
by
Proprietor Abhimanyu Maharana
September 12, 2026
ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ - ଉଲ୍ଲାସ ଜନସଚେତନତା ପଦଯାତ୍ରା
by
Proprietor Abhimanyu Maharana
September 12, 2026
ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ
by
Proprietor Abhimanyu Maharana
September 12, 2026
ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ
by
Proprietor Abhimanyu Maharana
September 12, 2026
ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ
by
Proprietor Abhimanyu Maharana
September 11, 2026