ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କ କର କମଳରେ : ୭୫ ତମ ସ୍ବାଧିନତା ଦିବସ ଅବସରରେ ପତାକା ଉତ୍ତୋଳନ

ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ,ରବିବାର ପଦ୍ମପୁର :- ୭୫ ତମ ସ୍ବାଧିନତା ଦିବସ ଅବସରରେ ଆଜି ବରଗଡ ଜଜ୍ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଭବ୍ୟ ସମାରୋହରେ ଓଡିଶା ରାଜ୍ୟ ସରକାର ଙ୍କ ଅର୍ଥମନ୍ତ୍ରୀ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗଦାନ କରି ପତାକା ଉତ୍ତୋଳନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଗୁଣଗାନ କରିବା ସହିତ ବିଶ୍ୱଦରବାର ରେ କୋଭିଡ ନିୟନ୍ତ୍ରଣ ରେ ଓଡ଼ିଶା ବେଶ ପ୍ରଶଂସିତ ହୋଇଛି l ଏ ପରିପ୍ରେକ୍ଷୀରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ଡାକ୍ତର ସୁଦୀପ୍ତ କୁମାର ସାହୁ,ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳୀ ଦାଶ,

ଆଶାକର୍ମୀ ଶ୍ରୀମତୀ ଗିତାଞ୍ଜଳୀ ଠାକୁର ଙ୍କ କୋଭିଡ ସମୟ ର କାର୍ଯ୍ୟଦକ୍ଷତା ସକାଶେ ବରଗଡ ଜିଲ୍ଲାପାଳ ଶ୍ରୀମତୀ ମନିଷା ବାନାର୍ଜୀ ଙ୍କ ଆମନ୍ତ୍ରଣ କ୍ରମେ କରୋନା ଯୋଦ୍ଧା ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ବେଷ୍ଟ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରିଥିଲେ l କରୋନା ଯୋଦ୍ଧା ଭାବେ ସମ୍ମାନୀତ ହୋଇଥିବା ଡାକ୍ତର ଶ୍ରୀ ସାହୁ, ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ଦାଶ ଏବଂ ଆଶାକର୍ମୀ ଶ୍ରୀମତୀ ଠାକୁର ଦିବାରାତ୍ର କୁ ଏକାକାର କରି ନିଜ ଜୀବନ କୁ ବାଜି ଲଗାଇ ଜନସାଧାରଣ ଙ୍କ ସେବାକାର୍ଯ୍ୟ ନିଜକୁ ସମର୍ପିତ କରିଥିବା ହେତୁ ଏଇ ଏର୍ଯ୍ୟାଦା ପୂର୍ଣ୍ଣ ସମ୍ମାନ ଦିଆଯାଇଛି ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶ ଙ୍କ ଠାରୁ ପ୍ରକାଶ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version