ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ସହୋଯୋଗ ର ହାତ ବଢାଇଲେ : ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ମନମୋହନ ରାଜଗୁରୁ

ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ଶନିବାରପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମହକୁମା ଠାରେ ଚାଲିଥିବା ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ସହଯୋଗର ହାତବଢାଇଲେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ମନମୋହନ ରାଜଗୁରୁ । ସୂଚନା ଯୋଗ୍ୟ ଯେ, ଯୁବ ସମାଜସେବୀ ଦୁର୍ଗାମାଧବ ପାଣିଗ୍ରାହୀ ନୂତନ ମନ୍ଦିର ନିର୍ମାଣ ପାଇଁ ଆଗେଇ ଆସି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାପରେ ଜଣ ଜଣ କରି ଶ୍ରଦ୍ଧାଳୁ ବା ଭକ୍ତ ମାନେ ସହଯୋଗ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ଏସ୍‌ବିଆଇର ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ମନମୋହନ ରାଜଗୁରୁ ନିର୍ମାଣ କାର୍ଯ୍ୟ ଲାଗି ବ୍ୟବହୃତ ହେଉଥିବା ପଥର ଉଠାଇବା କାର୍ଯ୍ୟରେ ନିୟୋଜିତ କ୍ରେନ ଭଡା, ଟ୍ରଲର ଭଡା ଓ ପଥର କଟାଯିବା କାମରେ ନିୟୋଜିତ ଶ୍ରମିକଙ୍କ ପାରିଶ୍ରମିକ ପାଇଁ ୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଶ୍ରୀରାଜଗୁରୁଙ୍କ ଏହି ବଦାନ୍ୟତାକୁ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ତରଫରୁ ଭକ୍ତ ତଥା ଯୁବ ସମାଜସେବୀ ଦୁର୍ଗାମାଧବ ପାଣିଗ୍ରାହୀ, ରାଜେନ୍ଦ୍ର ବେହେରା, ଯନ୍ତ୍ରୀ ତ୍ରିପତି ପାତ୍ର, ହରପ୍ରସାଦ ପାଢୀ ପ୍ରମୁଖ ସାଧୁବାଦ ଜଣାଇଛନ୍ତି । (ଗରୁଡ଼ ଧ୍ଵଜ ଚୌଧୁରୀ ) 

Exit mobile version