ବାଙ୍କୀରେ ନିର୍ମିତ ହେବାକୁ ଥିବା ଇନ୍‌ଡୋର ଷ୍ଟାଡିୟମ୍ ବାଙ୍କୀର ବରପୁତ୍ର ସ୍ୱର୍ଗତ ଡାକ୍ତର “ଯୋଗେଶ ଚନ୍ଦ୍ର ରାଉତ”ଙ୍କ ନାମରେ ନାମିତ କରିବାକୁ ବାଙ୍କୀ ବିଜେପି ପକ୍ଷରୁ ଦାବି

ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ଶନିବାର) ବାଙ୍କୀ :- ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାର ପ୍ରତ୍ୟେକ ବ୍ଲକରେ ଇନ୍‌ଡୋର ଷ୍ଟାଡିୟମ୍ ସ୍ଥାପନ କରାଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଏହି ଘୋଷଣା କାର୍ଯ୍ୟକାରୀ ହୋଇପାରି ନାହିଁ । ପୁନର୍ବାର ଏନ୍‌.ଏ.ସି ନିର୍ବାଚନ ପୂର୍ବରୁ ବର୍ତ୍ତମାନ ରାଜ୍ୟ ସରକାର ପ୍ରତ୍ୟେକ ଏନ୍‌.ଏ.ସି ଓ ମୁନିସ୍‌ପାଲଟି ଅଞ୍ଚଳରେ ଇନ୍‌ଡୋର ଷ୍ଟାଡିୟମ୍ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି । ଏହି ଘୋଷଣା ପ୍ରକୃତରେ କାର୍ଯ୍ୟକାରୀ କରାଯିବା ସଂପର୍କରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ବାଙ୍କୀ ବିଜେପି ବିଧାୟକ ପାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ ପ୍ରଶ୍ନ ଉଠାଇଛନ୍ତି । ପୁନଃଶ୍ଚ ବାଙ୍କୀରେ ନିର୍ମାଣ ହେବାକୁ ଥିବା ଇନ୍‌ଡୋର ଷ୍ଟାଡିୟମ୍ ବାଙ୍କୀର ବରପୁତ୍ର , ବାଙ୍କୀର ନବନିର୍ମାତା, ସମବାୟବିତ୍ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଯୋଗେଶ ଚନ୍ଦ୍ର ରାଉତଙ୍କ ନାମରେ ନାମିତ କରିବାକୁ ବିଜେପି ନେତା ଶ୍ରୀ ପାଢ଼ୀ ଆଜି

ବିଜେପି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି । ଏହି ପ୍ରସ୍ତାବ ବାଙ୍କୀ ଜନସାଧାରଣଙ୍କ ଅନ୍ତରର କଥା ବୋଲି ଶ୍ରୀ ପାଢ଼ୀ ମତବ୍ୟକ୍ତ କରିଥିଲେ । ଏହାକୁ ସର୍ବସମ୍ମତିକ୍ରମେ ବାଙ୍କୀବାସୀ ଗ୍ରହଣ କରିବେ ବୋଲି ଶ୍ରୀ ପାଢ଼ୀ କହିଥିଲେ । ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ଭଳି ଜଣେ ରାଷ୍ଟ୍ରୀୟ ନେତାଙ୍କୁ ଏହି ଯୋଜନାରେ ନାମିତ କରାଯିବା ଫଳରେ ତାଙ୍କର ସମ୍ମାନ କ୍ଷ୍ୟୁର୍ଣ୍ଣ କରାଯାଉଛି । ରାଜନୈତିକ ଉଦ୍ଦେଶ୍ୟ ଉର୍ଦ୍ଧ୍ୱକୁ ଯାଇ ଇନ୍‌ଡୋର ଷ୍ଟାଡିୟମ୍‌ର ନାମ କରଣ ବାଙ୍କୀର ବରପୁତ୍ରଙ୍କ ନାମରେ ନାମିତ କରାଯିବାକୁ ଦାବୀ କରାଯାଇଛି । ଏହି ସମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା ଉପସଭାପତି ସୀତାକାନ୍ତ ମିଶ୍ର, ବାଙ୍କୀ ନଗର ମଣ୍ଡଳ ସଭାପତି ସଂଜୟ କୁମାର ରଣା, ବିଜେପି ନେତା ତଥା ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ

Exit mobile version