ଡମପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣାର ୫ମ ଦିନ, ଅଭିଯୋଗ ଗୁଡ଼ିକର ତଦନ୍ତ କରାଯିବା ସହିତ ଏହାର ଫଳାଫଳ ଜଣାଇବା ପର୍ଯ୍ୟନ୍ତ ଧାରଣା ଜାରି ରହିବ

ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ଶନିବାର) ବାଙ୍କୀ :- ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ କୁସୁପଙ୍ଗି ଓ ତାଳବସ୍ତ ଗ୍ରାମ ପଞ୍ଚାୟତରେ ମନେରେଗା କାର୍ଯ୍ୟ ଓ ରୁବାନ ଅନୁଦାନରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡିକରେ ମହାଦୁର୍ନିତିରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଗିରଫ୍ କରିବାକୁ ଦାବି କରାଯାଇ ଡମପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ଡମପଡ଼ା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିବା ଗଣଧାରଣା ଆଜି ୫ମ ଦିନରେ ପହଞ୍ଚି ଛି । ଆଜି ବାଙ୍କୀର ପୂର୍ବତନ ବିଧାୟକ ତଥା ରାଜ୍ୟ କଂଗ୍ରେସ ଉପସଭାପତି ଡଃ.ଦେବାଶିଷ ପଟ୍ଟନାୟକ ଧାରଣାରେ ସାମିଲ୍ ହୋଇ କହିଲେ ଯେ ଅଭିଯୋଗ ଗୁଡିକର ତଦନ୍ତ କରାଯାଇ ଏହାର ଫଳାଫଳ ଜଣାଇବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ଏବଂ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି । ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଏ ସଂପର୍କରେ ନିରବ

ରହିଥିବାରୁ ଡଃ.ପଟ୍ଟନାୟକ ଦୃଢ଼ ନିନ୍ଦା କରିଥିଲେ । ଏ ସଂପର୍କରେ ରାଜଧାନୀ ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀ କରାଯାଇ ପଞ୍ଚାୟତର କର୍ମକର୍ତ୍ତା ଓ ଡମପଡ଼ା ବ୍ଲକର ଅଧିକାରୀମାନଙ୍କର ଦୁର୍ନିତି ସଂପର୍କରେ ପର୍ଦ୍ଦାଫାସ୍ କରାଯିବ ବୋଲି ସେ କହିଛନ୍ତି । ଡମପଡ଼ା ବ୍ଲକ କଂଗ୍ରେସ ସଭାପତି ଅସୀତ୍ ବରଣ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଗଣ ଧାରାଣାରେ ଜିଲ୍ଲା କଂଗ୍ରେସ ଉପସଭାପତି କୁବେର ଚୌଧୁରୀ, ଉପଦେଷ୍ଟା ବାବୁଲି ଦଳେଇ, ପୂର୍ବତନ ସରପଞ୍ଚ ଭାବଗ୍ରାହୀ ସ୍ୱାଇଁ, ଘନଶ୍ୟାମ ମହାନ୍ତି, ନକୁଳ ପ୍ରଧାନ, ପ୍ରଶାନ୍ତ କୁମାର ମହାନ୍ତି, ତପନ ପ୍ରଧାନ, ଦେବେନ୍ଦ୍ର ଧଳ ସାମନ୍ତ, ବାସୁଦେବ ପଣ୍ଡା, ବିକ୍ରମ ମନ୍ତ୍ରୀ, ପିତବାସ ମହାନ୍ତିଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇଛନ୍ତି ।

Exit mobile version