ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଟୋକିଓ ଗ୍ରୀଷ୍ମ ପାରା ଅଲିମ୍ପିକ୍ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ପାରା – କ୍ରୀଡ଼ାବିତଙ୍କୁ ସହାୟତା

ଓଡ଼ିଶା ତାଜା ନ୍ୟୁଜ (୧୩ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ କ୍ରୀଡ଼ାର ଅନ୍ତର୍ଭୁକ୍ତୀକରଣ ଓ ପରିବର୍ତନ ଆଣୁଥିବା ଶକ୍ତି ଉପରେ ବିଶ୍ୱାସ କରେ । ବ୍ୟାଙ୍କ ତରଫରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଅଂଶସ୍ୱରୂପ ଏହାର ଅଣ ବ୍ୟାଙ୍କିଙ୍ଗ୍ କ୍ରୀଡ଼ା ସହାୟତା କାର୍ଯ୍ୟକ୍ରମ ଇଣ୍ଡସ୍‌ଇଣ୍ଡ୍ ଫର ସ୍ପୋର୍ଟସ୍‌ ଜରିଆରେ ମହିଳା କ୍ରୀଡ଼ାବିତ, ଗ୍ରାମୀଣ ଚାମ୍ପିଆନ୍ ଓ ପାରା କ୍ରୀଡ଼ାବିତଙ୍କ ମଧ୍ୟରେ ଥିବା ଶ୍ରେଷ୍ଠତ୍ୱ ଆଣୁଛି । ଉଚ୍ଚ ସ୍ତରରେ ପ୍ରଦର୍ଶନ କରିବା ଲାଗି କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ଲାଗି ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଗର୍ବର ସହ ଘୋଷଣା କରାଯାଇଛି ଯେ ଟୋକିଓରେ ଚଳିତ ବର୍ଷ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୨୦୨୦ ଗ୍ରୀଷ୍ମ ପାରା ଅଲିମ୍ପିକ୍ ଗେମସ୍‌ରେ ବ୍ୟାଙ୍କର ପାରା ଚାମ୍ପିଆନ୍‌ସ କାର୍ଯ୍ୟକ୍ରମ ଅଧୀନରେ ସହାୟତା ପ୍ରଦାନ କରାଯାଇଥିବା ୨୧ ଜଣ କ୍ରୀଡ଼ାବିତ ଭାରତର ପ୍ରତିନିଧିତ୍ୱ କରିବେ ।

ଭାରତର ମୋଟ ପ୍ରତିନିଧିଙ୍କ ପ୍ରତି ସେମାନଙ୍କ ଅବଦାନ ପ୍ରାୟ ୪୦ ପ୍ରତିଶତ ରହିଛି । ସେମାନେ ଜାଭେଲିନ୍ ଥ୍ରୋ, ବନ୍ଧୁକ ଚାଳନା, ସନ୍ତରଣ, ତୀରନ୍ଦାଜୀ, ବ୍ୟାଡମିଂଟରନ ଓ ହାଇ ଜମ୍ପ୍ ଆଦିରେ ଅଂଶଗ୍ରହଣ କରିବେ । ଏ ବିଷୟରେ ସଂଜୀବ ଆନନ୍ଦ, ମୁ୍‌ଖ୍ୟ-କମର୍ସିଆଲ୍ ଆଣ୍ଡ୍ ରୁରାଲ୍‌ ବ୍ୟାଙ୍କିଙ୍ଗ ଓ ଇଣ୍ଡସ୍‌ଇଣ୍ଡ୍ ଫର ସ୍ପୋର୍ଟସ୍‌ର ଇନ୍‌ଚାର୍ଜ, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ କହିଛନ୍ତି ଯେ, “ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଗ୍ରୀଷ୍ମ ପ।।ରାଅଲିମ୍ପିକ୍ ଗେମସ୍‌ରେ ବ୍ୟାଙ୍କର ସହାୟତାପ୍ରାପ୍ତ କରିଥିବା ୨୧ ଜଣ କ୍ରୀଡ଼ାବିତ ଭାରତର ପ୍ରତିନିଧିତ୍ୱ କରିବେ । ପ୍ରକୃତରେ ଭାରତର ମୋଟ ପ୍ରତିନିଧିମାନଙ୍କ ମଧ୍ୟରୁ ଏହି କାର୍ଯ୍ୟକ୍ରମ ଅଧୀନରେ ସହାୟତା ହାସଲ କରିଥିବା କ୍ରୀଡ଼ାବିତଙ୍କ ସଂଖ୍ୟା ପ୍ରାୟ ୪୦% ହେଉଥିବା ନିଶ୍ଚିତ ରୂପେ ଏକ ଉଲ୍ଲେଖନୀୟ ସଫଳତା ।

ସାରା ବିଶ୍ୱର ଶ୍ରେଷ୍ଠ ପାରା କ୍ରୀଡ଼ାବିତଙ୍କ ମଧ୍ୟରେ ସେମାନଙ୍କୁ କେନ୍ଦ୍ର ସ୍ଥଳରେ ଦେଖିବାକୁ ବାକି ରହିଥିଲା ଏବଂ ସେମାନଙ୍କୁ ସେମାନଙ୍କ ଉଦ୍ୟମ ଲାଗି ଅଭିନନ୍ଦନ ଜଣାଉଛୁ । ଗୋ ସ୍ପୋର୍ଟସ୍ ଫାଉଣ୍ଡେସନ ସହିତ ଆମର ସହଯୋଗିତା ଜରିଆରେ ଆମର ଲକ୍ଷ୍ୟ ହେଉଛି ଦେଶ ପାଇଁ ଗୌରବ ଆଣିବାକୁ ଯାଇଥିବା କ୍ରୀଡ଼ାବିତମାନେ ଦରକାର କରୁଥିବା ସମ୍ବଳ ସେମାନଙ୍କୁ ପ୍ରଦାନ କରିବା । ଆମର ବିଶ୍ୱାସ ରହିଛି ଯେ ଏହି ଅଭିଯାନ ସାମାଜିକ ପ୍ରତିବନ୍ଧକକୁ ଦୂର କରି, ସାମାଜିକ ଗ୍ରହଣୀୟତା ଗଠନ କରି ଏବଂ ଉତ୍କର୍ଷର ଚକ୍ର ତିଆରି କରି ଆଗାମୀ ଦିନରେ ଅନେକଙ୍କୁ ଅନୁପ୍ରାଣିତ କରିବ ।’’

Exit mobile version