ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଡାଲ୍‌ମିଆ ଭାରତ ଗ୍ରୁପ୍ ଓ ଭୂଷଣ କୁମାରଙ୍କ ଟି-ସିରିଜ୍ ପକ୍ଷରୁ “ମୌକା ହୈ’ ଜରିଆରେ ଅତୁଟ ଭାରତୀୟ ଭାବର ପାଳନ

ଓଡ଼ିଶା ତାଜା ନ୍ୟୁଜ (୧୩ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ଭାରତ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଡାଲ୍‌ମିଆ ଭାରତ ଗ୍ରୁପ୍ ଓ ଭୂଷଣ କୁମାରଙ୍କ ଟି-ସିରିଜ୍ ପକ୍ଷରୁ ଶ୍ରୋତାମାନଙ୍କ ଲାଗି ଏହି ୭୫ତମ ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଏକ ସ୍ୱତନ୍ତ୍ର ଗୀତ ପ୍ରସ୍ତୁତ କରାଯାଇଛି । ମୌକା ହୈ ନାମକ ଏହି ଗୀତକୁ ଗାଇଛନ୍ତି ବି ପ୍ରାକ୍ ଓ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି ରୋଚକ କୋହଲି ଏବଂ ଗୀତ ରଚନା କରିଛନ୍ତି ମନୋଜ ମୁଂତାଶିର । ମୌକା ହୈକୁ ୧୩୬ କୋଟି ଭାରତୀୟଙ୍କ ଅତୁଟ ଭାବ ପ୍ରତି ଉତ୍ସର୍ଗ କରାଯାଇଛି ।

ବିଭିନ୍ନ କ୍ଷେତ୍ରର ଅଜଣା ହିରୋମାନଙ୍କ ସଫଳତାକୁ ଏହି ଗୀତ ଜରିଆରେ ପାଳନ କରାଯାଉଛି ଯଦ୍ୱାରା ଅନ୍ୟ ଲୋକମାନେ ଅନୁପ୍ରାଣିତ ହେବେ ଏବଂ ସେମାନଙ୍କ ସ୍ୱପ୍ନ ପୂରଣ କରିପାରିବେ ଏବଂ ୨୦୪୭ ସୁଦ୍ଧା ସେମାନଙ୍କ ସ୍ୱପ୍ନ ଲାଗି ଭାରତକୁ ପ୍ରସ୍ତୁତ କରିପାରିବେ । ଏହି ଗୀତରେ ଅଲିମ୍ପିକ୍ ଭାରୋତ୍ତୋଳନ ତାରକା ମିରାବାଇ ଚାନୁ, ବ୍ୟାଡ୍‌ମିଌକ୍ଷଗ୍ଧ;ନ୍ ତାରକା ପି ଭି ସିନ୍ଧୁ, ପ୍ରଥମ ସ୍ୱର୍ଣ୍ଣ ବିଜୟିନୀ ଦୌଡ଼କୁଦ ଖେଳାଳୀ ହିମା ଦାସ, ସବୁଠୁ କମ୍ ବୟସର ଚିତ୍ରଶିଳ୍ପୀ ଅଦ୍ୱେତ କୋଲାର୍‌କର୍‌, ଗିନିସ୍ ବୁକ୍ ରେକର୍ଡଧାରୀ ତିଲୁକ୍ କେଇସମ୍‌, ଜିମ୍ନାଷ୍ଟିକ୍ ଖେଳାଳୀ ଦୀପା କର୍ମାକର୍‌, ବିଶ୍ୱର ଦ୍ରୁତ ପିଆନୋ ବଜାଉଥିବା ବ୍ୟକ୍ତି ଲାଇଡିଆନ୍ ନଧସ୍ୱରମ୍‌,

ଅସ୍ତ୍ୱଥା ବିଜୁ, ଆଇପିଏସ୍ ଅଫିସର ଛାୟା ଶର୍ମା, ସବୁଠୁ ଯୁବ ଲେଖକ ଅଭିଜିତ୍ ଗୁପ୍ତା, ସ୍ୱର୍ଣ୍ଣ ପଦକ ବିଜେତା ପୂଜା ବିଷ୍ଣୋଇ, ୧୧୨ ଦେଶର ଜାତୀୟ ସଙ୍ଗୀତ ଗାଇଥିବା ୟଥାର୍ଥ ମୂର୍ତି, ବିଶିଷ୍ଟ ଗାଣିତିକ ଆନନ୍ଦ କୁମାର ଏବଂ ଶିଶୁ ବନ୍ଧୁକ ଚାଳକ ଅଭିନବ ସ’ ପ୍ରମୁଖ ଏହି ପ୍ରେରଣାଦାୟୀ ମ୍ୟୁଜିକ୍ ଭିଡିଓରେ ଅଂଶଗ୍ରହଣ କରିଛନ୍ତି । ଏହି ମ୍ୟୁଜିକ୍ ଭିଡିଓ ସମ୍ପର୍କରେ ଶ୍ରୀଯୁକ୍ତ ପୁନୀତ୍ ଡାଲ୍‌ମିଆ, ପରିଚାଳନା ନିର୍ଦ୍ଦେଶକ, ଡାଲ୍‌ମିଆ ଭାରତ ଗ୍ରୁପ୍ କହିଛନ୍ତି ଯେ, “ବିଭିନ୍ନ କ୍ଷେତ୍ରରେ ସଫଳତାର ହାସଲ କରିଥିବା ଯୁବ ପିଢ଼ି ଏବଂ ପ୍ରତି ଭାରତୀୟଙ୍କୁ ଅନୁପ୍ରାଣିତ କରିବାକୁ ଚାହୁଁଥିବା ସହ ଏକତା ଓ ଗୌରବ ଆଣିବା ପାଇଁ ଚାହୁଁଥିବା ଯୁବପିଢ଼ିଙ୍କ ପ୍ରତି ଏକ ସମ୍ମାନ ।

ଏକ ଯୁବ ରାଷ୍ଟ୍ର ଭାବେ ଅଭାବନୀୟ ପରିସ୍ଥିତିର ମୁକାବିଲା କରିବା ଏବଂ ଅଦମ୍ୟ ଭାବ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରୁଛି ଯେ ଏକ ବିଶ୍ୱ ମହାଶକ୍ତି ହେବା ଲାଗି ଯାହା ଦରକାର ତାହା ଆମ ପାଖରେ ରହିଛି । ଆମ ଯୁବ ପିଢ଼ିଙ୍କ ଅତୁଟ ଉତ୍ସର୍ଗୀତ ମନୋଭାବ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ଏହି ମ୍ୟୁଜିକ୍‌ ଭିଡିଓକୁ ପ୍ରସ୍ତୁତ କରିବା ଲାଗି ଟି-ସିରିଜ୍ ସହିତ ଯୋଡ଼ି ହେବା ଖୁସିର ବିଷୟ । ଏହି ଗୀତରେ ଦୀର୍ଘ ଦଶନ୍ଧୀ ଧରି ଦେଶ ଗଠନପ୍ରତି ଡାଲ୍‌ମିଆ ଭାରତ ଗ୍ରୁପ୍‌ର ପ୍ରତିବଦ୍ଧତା ଓ କଠିନ ପରିଶ୍ରମକୁ ପ୍ରଦର୍ଶିତ କରାଯାଇଛି ।’’

Exit mobile version