ଡମପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣାର ଚତୁର୍ଥ ଦିନ : ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ୍ ଓ ସରକାରୀକର୍ମଚାରୀଙ୍କ ନିଲମ୍ବନ ଦାବୀ 

ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରବାର ବାଙ୍କୀ :-  ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ କୁସୁପଙ୍ଗି ଓ ତାଳବସ୍ତ ଗ୍ରାମ ପଞ୍ଚାୟତରେ ମନେରେଗା କାର୍ଯ୍ୟ ଓ ରୁବାନ ଅନୁଦାନରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡିକରେ ମହାଦୁର୍ନିତିରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଗିରଫ୍ କରିବାକୁ ଦାବି କରାଯାଇ ଡମପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ଡମପଡ଼ା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିବା ଗଣଧାରଣା ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ଆଜି ବାଙ୍କୀର ଡେପୁଟି କଲେକ୍ଟର ସୀତାକାନ୍ତ ରାଉତ ଓ ଥାନା ଆଇ.ଆଇ.ସି ସୌମେନ୍ଦୁ ଶେଖର ତ୍ରିପାଠୀ ଗଣଧାରଣାରେ ବସିଥିବା କର୍ମୀମାନଙ୍କ ପାଖକୁ ଯାଇ ସେମାନଙ୍କର ଦାବି ସଂପର୍କରେେ ଆଲୋଚନା କରିଥିଲେ ।

କିନ୍ତୁ ଯେପର୍ଯ୍ୟନ୍ତ କଟକ ଜିଲ୍ଲାପାଳ ଧାରଣା ସ୍ଥଳକୁ ଆସି ଦାବି ସଂପର୍କରେ ଆଲୋଚନା କରିବା ସହିତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ନଦେଇଛନ୍ତି ସେ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଡମପମଡ଼ା କଂଗ୍ରେସ ସଭାପତି ଅସୀତ ଚରଣ ପଟ୍ଟନାୟକ କହିଥିଲେ । ଡମପଡ଼ା ବ୍ଲକ କଂଗ୍ରେସ ସଭାପତି ଅସୀତ୍ ବରଣ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଗଣ ଧାରାଣାରେ ଜିଲ୍ଲା କଂଗ୍ରେସ ଉପସଭାପତି କୁବେର ଚୌଧୁରୀ, ଉପଦେଷ୍ଟା ବାବୁଲି ଦଳେଇ, ପୂର୍ବତନ ସରପଞ୍ଚ ଭାବଗ୍ରାହୀ ସ୍ୱାଇଁ, ଘନଶ୍ୟାମ ମହାନ୍ତି, ନକୁଳ ପ୍ରଧାନ, ପ୍ରଶାନ୍ତ କୁମାର ମହାନ୍ତି, ତପନ ପ୍ରଧାନ, ଦେବେନ୍ଦ୍ର ଧଳ ସାମନ୍ତ, ବାସୁଦେବ ପଣ୍ଡା, ବିକ୍ରମ ମନ୍ତ୍ରୀ, ପିତବାସ ମହାନ୍ତିଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇଛନ୍ତି

Exit mobile version