ବିଜେଡ଼ିର ସଂକଳ୍ପ ସମାବେଶ – ବିଜେପୁର

ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରବାର ) ବରଗଡ଼ :-  ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଡା ଗ୍ରାମ ଖେଳ ପଡିଆ ଠାରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସମାବେଶ ରେ ରାଜ୍ୟ ଅବକାରୀ ଓ ଅର୍ଥ ମନ୍ତ୍ରୀ ତଥା ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ନିରଞ୍ଜନ ପୂଜାରୀ ଯୋଗ ଦେଇ ଆସନ୍ତା ଦିନରେ ଦଳକୁ ଆହୁରି ମଜଭୁତ କରିବାକୁ କହିଥିଲେ । ଏଥିପାଇଁ ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ସୁଧିର ସାମଲ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟିକା ରୀତା ସାହୁ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ବିଜୁ ଜନତା ଦଳ ମହିଳା ଶାଖା ର ଜିଲ୍ଲା ସଭାନେତ୍ରୀ ନୀଳ କୁମାରୀ ନାଏକ, ଓଡ଼ିଶା ମୋ ପରିବାର ର ସଂଯୋଜକ ଗୈ।ର ମିଶ୍ର, ଜନାର୍ଦ୍ଦନ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ। (ସତ୍ୟ ନାରାୟଣ ପ୍ରଧାନ) 

Exit mobile version