ନାବାର୍ଡ ବରଗଡ଼ ପକ୍ଷରରୁ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରବାର )ବରଗଡ଼ :- ଆଜି ନାବାର୍ଡ ବରଗଡ ଆନୁକୂଲ୍ୟରେ ଅତାବିରା ବ୍ଲକ କନଫରେନ୍ସ ହଲ ଠାରେ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ ହୋଇଯାଇଛି l ପ୍ରଥମେ ୱେବ ମିନାର ମାଧ୍ୟମରେ ନାବାର୍ଡ ଭୁବନେଶ୍ୱର କୁ ସଂଯୋଗ କରାଯାଇଥିଲା l ପରେ ହସ୍ତକଳା ବିଷୟରେ ଆଲୋଚନା କରାଯାଇଥିଲା l

ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ରୀତା ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱନାଥ ପଧାନ, ବୟନ ଶିଳ୍ପ ବିଭାଗ ର ଉପ ନିର୍ଦ୍ଦେଶକ ଶିଶିର ନାଗ ଏବଂ ସମ୍ବଲପୁରୀ ବାସ୍ତ୍ରାଳୟ ସମ୍ପାଦକ ସମ୍ପୂନାନନ୍ଦ ପ୍ରଧାନ ଅତିଥି ଭାବେ ଯୋଗଦାନ କରିଥିଲେ l ମୁଖ୍ୟ ଅତିଥି ଭାବରେ ନାବାର୍ଡ ର ପ୍ରବନ୍ଧକ ହଟ କିଶୋର ବେହେରା ଯୋଗଦାନ କରିଥିଲେ l

କାର୍ଯ୍ୟକ୍ରମ କୁ କଳାକାହ୍ନୁ ଦୀପ, ଚେୟାରମ୍ୟାନ ନିୟୁଲାଇଫ ଫାଉଣ୍ଡେସନ ପରିଚାଳନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବେହେରା ଲୁରୁପାଲି ର ବୁଣାକାର ଗୌତମ ମେହେର କୁ ପୁରସ୍କୃତ କରିଥିଲେ  (ସତ୍ୟ ନାରାୟଣ ପ୍ରଧାନ)

Exit mobile version