କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ ଦାବିକଲା – ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଙ୍ଘ

ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରବାର ପାଟଣାଗଡ଼ :- ନୁଆଁପଡ଼ା ଜ଼ିଲ୍ଲା ବିଦ୍ୟୁତ ବିଭାଗ ର କୁରୁମପୁରୀ ସେକ୍ସନ ଅଧିନସ୍ଥ ଠିକପାଲି ଗାଁରେ ବିଦ୍ୟୁତ ସବଷ୍ଟେସନ ରେ ମରାମତି କାର୍ଯ୍ୟ କରୁଥିବା ସମୟରେ ସେହି ଗାଁର ଡୋଲlମଣି ପାଢ଼ୀ ଏବଂ ରୁନୁ ପାଢ଼ୀ କାର୍ଯ୍ୟରତ ଲାଇନମେନ ଧନଞ୍ଜୟ ଶବର ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ,ଦୁଇହାତ କୁ ବାନ୍ଧି ନିସ୍ତୁକ ମାଡପିଟ କରିଥିଲେ,ତଣ୍ଟି ଚିପି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ,ଶ୍ରୀ ଶବର ଖସି ଯିବାର ଉଦ୍ୟମ କରିବାରୁ ଅପରାଧୀ ମାନେ ଗୋଡେଇ ଗୋଡେଇ ଶ୍ରୀ ଶବର ଲାଇନମେନ ଙ୍କୁ ଚପଲ ରେ ପିଟି ଥିଲେ l ଲାଇନମେନ ଙ୍କ ବେକରୁ ସୁନା ଚେନ ଏବଂ କାନରୁ ମୋବାଇଲ ଏଆର କଡ଼ କୁ ଛିଣ୍ଡାଇ ଫିଙ୍ଗି ଦେଇଥିଲେ l

ପରେ ଲାଇନମେନ ଶ୍ରୀ ଶବର ଙ୍କ ସହକର୍ମୀ ଘଟଣାସ୍ଥଳ କୁ ଯାଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ l ଚିକିତ୍ସା ପରେ ବିଭାଗୀୟ ସେକ୍ସନ ଅଫିସର, ଏସଡ଼ିଓ,ଏବଂ ବିଦ୍ୟୁତ କର୍ମଚାରୀ ସହିତ କୋମନା ଥାନା କୁ ଯାଇ ପୀଡିତ ଲାଇନମେନ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କୁ ଭିତ୍ତି କରି କୋମନା ଥାନା କେଶ ସଂ.218/4.8.2021 ଭାରତୀୟ ପିଙ୍ଗଳ କୋଡ଼ 1860 ର ଦଫା 341,294,323,353,355,506,427,34ଏବଂ ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ନିର୍ଯାତନା ନିବାରଣ 1989 ସଂଶୋଧନ ଆଇନ 2015 ର ଦଫା 3 1 ଆର ଏସ,3 2 ଭି ଏ,ରେ ମାମଲା ଦାୟର ହୋଇଛି l ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଗତ ସୋମବାର ଦିନ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ଉପସଭାପତି ଭାନୁପ୍ରତାପ ସିଂ ମାଝି ଙ୍କ ନେତୃତ୍ୱ ରେ ମହାସଚିବ ନିରଞ୍ଜନ ବିଶି,ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର,ମୁଖ୍ୟ ଉପଦେଷ୍ଟା ହୋମ ସିଂ ମାଝି,ଧନଞ୍ଜୟ ଶବର ପ୍ରମୁଖ ନୂଆପଡା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ରେ ଆଲୋଚନା କରିଥିଲେ l

ଦୋଷୀ ମାନଙ୍କୁ ଗିରଫ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ପ୍ରତିଶୃତି ଦେଇଥିଲେ l କିନ୍ତୁ ଆଲୋଚନା ର ତିନି ଦିନ ବିତିଯାଇଥିଲେ ସୁଦ୍ଧା ଅପରାଧୀ ମାନଙ୍କୁ ପୋଲିସ ଘଣ୍ଟଘୋଡାଉ ଥିବାରୁ ଆଦିବାସୀ ମହାସଙ୍ଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି l ଏଟ୍ରୋସିଟି ଆକ୍ଟ,ଆଇପିସି ଏବଂ ଏସମା ଏକ୍ଟ ରେ ଅଭିଯୁକ୍ତ ମାନଙ୍କୁ ଗିରଫ ନ କଲେ ଆସନ୍ତା ଶନିବାର ଦିନ ଏସ.ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ମହାସଙ୍ଘ ଚେତାବନୀ ଦେଇଛି l ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲେ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ମହାସଙ୍ଘ ର ମହାସଚିବ ନିରଞ୍ଜନ ବିଶି,ଯୋଗେନ୍ଦ୍ର ଭୋଇ,ଭାନୁପ୍ରତାପ ସିଂମାଝି, ଉଷ୍ମନ ମୁଣ୍ଡା,ବାଳକୃଷ୍ଣ ଶବର ପ୍ରମୁଖ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି l (ଗୋରେଖନାଥ ବରିହା )

Exit mobile version