ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ମେ ୩ ଯାଏଁ ଲକ୍ ଡାଉନ୍ ,ମଙ୍ଗଳବାର, ଏପ୍ରିଲ 14.4.2020 :- ରାଜ୍ୟ ସରକାରମାନଙ୍କ ପଦକ୍ଷେପକୁ ମଧ୍ୟ ତାରିଫ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଉଚିତ ସମୟରେ ଉଚିତ ପଦକ୍ଷେପ ନେଇ ରାଜ୍ୟମାନେ କରୋନା ପରିସ୍ଥିତିକୁ ଭଲ ଭାବେ ସମ୍ଭାଳିଛନ୍ତି । ତେବେ ଆମକୁ ଆହୁରି ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କରୋନା ସ୍ଥିତିର ମୁକାବିଲାରେ ଭାରତ ସରକାର ଯଥେଷ୍ଟ ଆଗୁଆ ପଦକ୍ଷେପ ନେଇଥିବାରୁ ଆଜି ସ୍ଥିତି ନିୟନ୍ତ୍ରଣରେ ଅଛି । ଭାରତ ତୁଳନାରେ ବଡ଼ ବଡ଼ ଦେଶଗୁଡ଼ିକରେ କରୋନା ସଂକ୍ରମଣ ୨୫/୩୦ ଗୁଣ ବଢ଼ିଛି । ଯଥେଷ୍ଟ ପୂର୍ବରୁ ଆମର ଆଗୁଆ ପଦକ୍ଷେପ ଏବଂ ଦେଶବାସୀଙ୍କ ତ୍ୟାଗ, ଅପୂର୍ବ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ‘ସାମାଜିକ ଦୂରତ୍ୱ’ ରେ ଆମକୁ ବହୁତ ଲାଭ ମିଳିଛି । ଆର୍ଥିକ ଦୃଷ୍ଟିରୁ ଆମକୁ ବହୁତ ମୂଲ୍ୟ ଦେବାକୁ ପଡ଼ିଥିଲେ ମଧ୍ୟ ଜୀବନ ଆଗରେ ଏହାକୁ ତୁଳନା କରାଯାଇପାରିବ ନାହିଁ । ଯଦି ଆମେ ଯଥେଷ୍ଟ ପୂର୍ବରୁ ପଦକ୍ଷେପ ନେଇ ନ ଥାନ୍ତେ ତେବେ ଭାରତର ଅବସ୍ଥା କ’ଣ ହୋଇଥାଆନ୍ତା ତାହା ଭାବିଲେ ରୁମ ଟାଙ୍କୁରି ହୋଇଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ମେ ୩ ଯାଏଁ ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରାଗଲା । ତେବେ କିଛି ଜରୁରୀ ଗତିବିଧି, ଚାଷୀମାନଙ୍କର ଜୀବନ ଜୀବିକା, ରବି ଫସଲ ଅମଳ ଆଦି କୁ ଧ୍ୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କରୋନା ସ୍ଥିତିର ଜିଲ୍ଲା ଓ ଥାନାୱାରୀ ସମୀକ୍ଷା କରାଯିବ । ସ୍ଥିତିକୁ ଦେଖି ଏପ୍ରିଲ୍ ୨୦ ପରେ କିଛି କିଛି ଜାଗାରେ ଲକ ଡାଉନ୍ କଟକଣାକୁ ସର୍ତ୍ତମୂଳକ ଭାବେ ସାମାନ୍ୟ କୋହଳ କରାଯିବ । ଯଦି ସ୍ଥିତି ଠିକ୍ ନ ଥାଏ ତେବେ ଲକ୍ ଡାଉନ୍ କୁ ଆହୁରି କଡ଼ାକଡ଼ି କରାଯିବ । କରୋନା ସଂକ୍ରମଣକୁ ବଢ଼ିବାକୁ ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସତର୍କ କରାଇଛନ୍ତି । ଆସନ୍ତାକାଲି ଏହାର ବିସ୍ତୃତ ଗାଇଡଲାଇନ୍ ଜାରି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶେଷରେ ପ୍ରଧାନମନ୍ତ୍ରୀ ଭାରତର ବୈଜ୍ଞାନିକମାନଙ୍କୁ କରୋନା ଭୂତାଣୁ ପ୍ରତିଷେଧକ ଟୀକା ବାହାର କରିବା ଉଦ୍ୟମରେ ଗବେଷଣା ଜାରି ରଖି ସଫଳତା ପାଇବାକୁ ଆହ୍ୱାନ ଦେଇଥିଲେ । ଲୋକମାନେ ଲକ୍ ଡାଉନ୍ ରେ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ ଏବଂ ନିୟମକୁ କଡ଼ାକଡ଼ି ପାଳନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଲକ୍ ଡାଉନ୍ ଅବଧିକୁ ଏପ୍ରିଲ୍ ୩୦ ତାରିଖ ଯାଏଁ ପୂର୍ବରୁ ବଢ଼ାଇ ସାରିଛି । ଓଡ଼ିଶା ପରେ ଆହୁରି ୧୦ଟି ରାଜ୍ୟ ମଧ୍ୟ ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି ।
ଲକ୍ ଡାଉନ୍ ଅବଧିକୁ ମେ ୩ ଯାଏଁ ବୃଦ୍ଧି : ପ୍ରଧାନମନ୍ତ୍ରୀ ଘୋଷଣା

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ଦଲାଲ ଙ୍କ କବ୍ଜାରେ ବିରିଡି ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ
by
Proprietor Abhimanyu Maharana
September 3, 2026
ଷଷ୍ଠ ଜିଲ୍ଲା ପରିଷଦ, ନୟାଗଡ଼ର ଦ୍ୱାଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ
by
Proprietor Abhimanyu Maharana
September 3, 2026
ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ
by
Proprietor Abhimanyu Maharana
September 3, 2026
ବୃକ୍ଷ ରୋପଣ କାର୍ଯ୍ୟକ୍ରମ
by
Proprietor Abhimanyu Maharana
September 3, 2026
ନୟାଗଡ଼ ବୟୋଜ୍ୟେଷ୍ଠ ଆଇନଜୀବୀ ଜୟଦେବ ନାୟକଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା
by
Proprietor Abhimanyu Maharana
September 3, 2026
ନୟାଗଡ଼ ମ୍ୟୁନିସିପାଲିଟିରେ ସ୍ୱାୟତ୍ତ ଶାସନ ଦିବସ ମହା ସମାରୋହରେ ପାଳିତ
by
Proprietor Abhimanyu Maharana
September 3, 2026