ଗାଁ ଗହଳିରେ ବଢ଼ୁଛି ଅବାଧ ବିଦେଶୀ ମଦ କାରବାର 

ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରବାର) ବାଙ୍କୀ :- ନିଶା କବଳରେ ଯୁବ ସମାଜ ପଥ ଭ୍ରଷ୍ଟ ହେଉଥିବା ଦେଖାଯାଉଛି । ବାଙ୍କୀ ଉପଖଣ୍ଡରେ ଏବେ ଅବାଧରେ ବିଦେଶୀ ମଦକାରବାର ବଢ଼ିବାରେ ଲାଗିଛି । ଗାଁ ଗହଳିରେ ପାନ ଦୋକାନରେ ମଧ୍ୟ ଅଣସ୍ୱୀକୃତି ପ୍ରାପ୍ତ ଭାବେ ବିଦେଶୀ ମଦ ଚୋରା ଭାବେ ବିକ୍ରି କରାଯାଉଥିôବା ଦେଖାଯାଉଛି । ବିଦେଶୀ ମଦ ବିକ୍ରି ନିମନ୍ତେ ସରକାର ଚଳିତ ବର୍ଷ ପ୍ରଥମ ଥର କରି ଟେଣ୍ଡର ମାଧ୍ୟମରେ ମଦ ଦୋକାନ ଗୁଡିକୁ ଲାଇସେନ୍ସ ପ୍ରଦାନ କରିଥିବା ବେଳେ ଗାଁ ଗହଳିରେ ଏତେ ପରିମାଣରେ ବେଆଇନ୍ ଭାବେ ବିଦେଶୀ ମଦ କିଭଳି ଭାବେ ବିକ୍ରି କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠୁଛି । ବାଙ୍କୀ ଏକ ଚାଷୀ ଭିତ୍ତିକ ଅଞ୍ଚଳ ହୋଇଥିବା ବେଳେ ଏହାର ଶତକଡା ୮୦ଭାଗ ଜନସାଧାରଣ କୃଷି ଉପରେ ନିର୍ଭର କରି ଜୀବନ ଜୀବିକା ନିର୍ବାହ କରିଥାନ୍ତି ।

ଗାଁ ଗହଳିରେ ବିଦେଶୀ ମଦ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଯୁବ ସମାଜ ପଥଭ୍ରଷ୍ଟ ହୋଇ ବିିଭିନ୍ନ ପ୍ରକାର ଅପରାଧିକ ଘଟଣାରେ ଜଡିତ ହେଉଥିôବା ଦେଖାଯାଉଛି । ଏଥି ସହ ନିଶା ସେବନ ଦ୍ୱାରା ଦୁର୍ଘଟଣାର ମାତ୍ରା ବଢ଼ୁଥିବା ଦେଖାଯାଉଛି ।ବିଭିନ୍ନ ଗାଁ ଗଣ୍ଡାର ପାନ ଏବଂ ଗ୍ରୋସରୀ ଦୋକାନରେ ଏହି କାରବାର ଖୋଲାଖୋଲି ଭାବେ ଚାଲିଥିବା ବେଳେ ପୋଲିସ୍ କିମ୍ବା ଅବାକାରୀ ବିଭାଗର ନିୟନ୍ତ୍ରଣ ଏଥିପ୍ରତି ରହୁନଥିବା ଦେଖାଯାଉଛି । ଚୋରା ମଦବେପାରୀ ଏବଂ ପୋଲିସ୍ ଓ ଅବକାରୀ ପ୍ରଶାସନର ସଲାସୁତରା ନୀତିରେ କାରବାର ଚାଲୁଥିବା ଅଂଚଳବାସୀ ପ୍ରକାଶ କରିଛନ୍ତି ।

ବିଦେଶୀ ବିକ୍ରି ନିମନ୍ତେ ସରକାର ଟେଣ୍ଡର ମାଧ୍ୟମରେ ସ୍ୱୀକୃତି ପ୍ରଦାନ କରିଥିବା ବେଳେ ଏତେ ପରିମାଣରେ ଚୋରାଲୁଚା ଭାବେ କିଭଳି ବିକ୍ରି ଚାଲିଛିବୋଲି ସାଧାରଣ ଜନତା ପ୍ରଶ୍ନ କରିଛନ୍ତି । ବାଙ୍କୀ ମୁଖ୍ୟ ବଜାରରେ ଅନେକ ସ୍ଥାନରେ ଦିନ ଦ୍ୱିପ୍ରହରରେ ଖୋଲା ଖୋଲି ଭାବେ ରାସ୍ତା ଉପରେ ବିଦେଶୀ ମଦ ବିକ୍ରି କରାଯାଉଥିବା ଅଭିଯୋଗ ହେଉଥିବା ବେଳେ ନିକଟରେ ଥିବା ପୋଲିସ୍ ପ୍ରଶାସନ ଏବଂ ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଲୋକ ଦେଖାଣିଆ ଭାବେ କେତକ ସ୍ଥାନରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଉଛି ।

ସୋମବାର ଦିନ ରାତ୍ରିରେ ବାଙ୍କୀ ପୋଲିସ୍ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଢଁସର ଗ୍ରାମର ଏକ ତେଜରାତି ଦୋକାନରେ ଚଢ଼ାଉ କରାଯାଇଥିବା ସମୟରେ ଅଣ ସ୍ୱୀକୃତି ପ୍ରାପ୍ତ ଭାବେ ମଦ ବିକ୍ରି ଅଭିଯୋଗରେ ସେହି ଗ୍ରାମର ତାରେକସ୍ୱର ବେହେରକୁ ଗିରଫ କରି ବାଙ୍କୀ ପୋଲିସ କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ଚଢ଼ାଉ ସମୟରେ ୪୧ବୋତଲ ବିଦେଶୀ ମଦ ଜବତ କରାଯାଇଥିବା ବେଳେ ପୋଲିସ୍ ପକ୍ଷରୁ ୨୦୩/୨୧, ୫୨(କ) ଓଡ଼ିଶା ଅବକାରୀ ଆଇନ୍ ବଳରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।

Exit mobile version