ନୂଆ ଗାଁ ପଞ୍ଚାୟତ ଖଜୁରୀପଦା ଡବଲମର୍ଡର ଘଟଣାର  ମୁଖ୍ୟ ଅଭିଯୁକ୍ତ ଗିରଫ୍ 

ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରବାର) ବାଙ୍କୀ  :- ବାଙ୍କୀ ବ୍ଲକ ଅନ୍ତର୍ଗତ ନୂଆ ଗାଁ ଗ୍ରାମ ପଞ୍ଚାୟତ ଖଜୁରୀପଦା ଡବଲମର୍ଡର ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ପ୍ରଧାନଙ୍କୁ ଆଜି ତଦନ୍ତକାରୀ ଅଧିକାରୀ ତଥା ବାଙ୍କୀ ଉପଖଣ୍ଡ ପୋଲିସ୍ ଅଧିକାରୀ ବାସୁଦେବ ସ୍ୱାଇଁ ଗିରଫ୍ କରିଛନ୍ତି । ଏହି ହତ୍ୟାକାଣ୍ଡ ୨୦୨୦ମସିହାରେ ଘଟିଥିଲା । ନୂଆ ଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କୁ ହତ୍ୟା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ପ୍ରଧାନଙ୍କ ସମେତ  ୧୩ଜଣଙ୍କ ନାମରେ୪୯ /୨୦ ନମ୍ବର ମକୋଦ୍ଦମା ରୁଜୁ କରାଯାଇଥିଲା ।

ଏହା ପୂର୍ବରୁ ୧୨ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଅଞ୍ଚଳର ଗୋଟିଏ ଆପାର୍ଟମେଣ୍ଟ୍‌ରେ ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ପ୍ରଧାନ ଲୁଚି ରହିଥିଲା । ବାଙ୍କୀ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ବାସୁଦେବ ସ୍ୱାଇଁ କୌଣସି ସୂତ୍ରରୁ ଖବର ପାଇ ସଦଳବଳେ ସେଠାକୁ ଯାଇ ତାକୁ ଆଜି ଗିରଫ୍ କରି ବାଙ୍କୀ କୋର୍ଟକୁ ଚାଲାଣ କରିଥିଲେ ।

Exit mobile version