ଡମପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣାର ଦ୍ୱିତୀୟ ଦିନ, ପ୍ରଶାସନ ନୀରବ

ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରବାରବାଙ୍କୀ :- ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ କୁସୁପଙ୍ଗି ଓ ତାଳବସ୍ତ ଗ୍ରାମ ପଞ୍ଚାୟତରେ ମନେରେଗା କାର୍ଯ୍ୟ ଓ ରୁବାନ ଅନୁଦାନରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡିକରେ ମହାଦୁର୍ନିତିରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଗିରଫ୍ କରିବାକୁ ଦାବି କରାଯାଇ ଡମପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ଡମପଡ଼ା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିବା ଗଣଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ôଚଛି । ଆଜି  ପ୍ରଦେଶ କଂଗ୍ରେସ ଉପସଭାପତି ତଥା ବାଙ୍କୀର ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକ ଗଣଧାରଣାରେ ବସିଥିବା  କର୍ମୀମାନଙ୍କ ସହିତ ସାମିଲ୍ ହୋଇ ଡମପଡ଼ା ବ୍ଲକର ହେଉଥିôବା ଦୁର୍ନିତିରେ ବାଙ୍କୀ ଓ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନିରବତା ଅବଲମ୍ବନ କରୁଥିବାରୁ ଡଃ.ପଟ୍ଟନାୟକ ତିବ୍ର ନିନ୍ଦା କରିଥିଲେ ।

କଟକ ଜିଲ୍ଲାପାଳ  କିମ୍ବା ତାଙ୍କର ପ୍ରତିନିଧି ଘଟଣାସ୍ଥଳକୁ ଆସି ଗଣଧାରଣାକାରୀଙ୍କ ସହିତ ଆଲୋଚନା କରି ତୁରନ୍ତ ଦୁର୍ନିତି ସଂପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡଃ.ପଟ୍ଟନାୟକ ଦାବି କରିଛନ୍ତି ।  ଅନିର୍ଦ୍ଧିଷ୍ଟ ଦିନ ପାଇଁ ଏହି ଗଣଦାରଣା ଚାଲୁ ରହିବ ବୋଲି ଡଃ.ପଟ୍ଟନାୟକ ପ୍ରକାଶ କରିଥିଲେ । ଡମପଡ଼ା ତହସିଲଦାର କ୍ଷୀତିସ୍ କୁମାର ବେହେରା ଅନଶନକାରୀଙ୍କ ପାଖକୁ ଯାଇ ସେମାନଙ୍କର ଦାବି ସଂପର୍କରେ ଆଲୋଚନା କରିଥିଲେ । ଡମପଡ଼ା ବ୍ଲକ କଂଗ୍ରେସ ସଭାପତି ଅସୀତ୍ ବରଣ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଗଣ ଧାରାଣାରେ ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ବିଶ୍ୱରଞ୍ଜନ ପଣ୍ଡା, ଜିଲ୍ଲା କଂଗ୍ରେସ ଉପସଭାପତି କୁବେର ଚୌଧୁରୀ, ଉପଦେଷ୍ଟା ବାବୁଲି ଦଳେଇ, ପୂର୍ବତନ ସରପଞ୍ଚ ଭାବଗ୍ରାହୀ ସ୍ୱାଇଁ, ଘନଶ୍ୟାମ ମହାନ୍ତି, ନକୁଳ ପ୍ରଧାନ, ପ୍ରଶାନ୍ତ କୁମାର ମହାନ୍ତି, ଦେବେନ୍ଦ୍ର ଧଳ ସାମନ୍ତ, ବାସୁଦେବ ପଣ୍ଡା, ବିକ୍ରମ ମନ୍ତ୍ରୀ, ପିତବାସ ମହାନ୍ତିଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇଛନ୍ତି ।

Exit mobile version