ଶ୍ରାବଣ ମାସରେ ବର୍ଷା ନାହିଁ, ବର୍ଷା ପାଇଁ ଇନ୍ଦ୍ର ପୂଜାର ଆୟୋଜନ

ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରୁବାର) କଳାହାଣ୍ଡି :- ନର୍ଲା ବ୍ଳକ ରୁପ୍ରା ନିକଟସ୍ଥ ଭାଲୁ କଟା ଗ୍ରାମରେ ବର୍ଷା ପାଇଁ ଇନ୍ଦ୍ର ଦେବତାଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି। ନର୍ଲା ବ୍ଲକ ଅଞ୍ଚଳରେ ବର୍ଷା ଅଭାବରୁ ଏବେ ମରୁଡ଼ିର ପଦଧ୍ୱନୀ ଶୁଭିଲାଣି। ନଦୀ, ନାଲ ଓ ପୋଖରୀ ସବୁ ଶୁଖିଲା ଅବସ୍ଥାରେ ରହିଛି। ଶ୍ରାବଣ ମାସରେ ପୁଣି ଗ୍ରୀଷ୍ମ ପ୍ରବାହ। ବୁଣାଧାନ ପ୍ରଚଣ୍ଡ ଖରାରେ ମରିବାକୁ ବସିଥିବା ବେଳେ ରୁଆଜମି ସବୁ ପଡିଆ ରହିଅଛି। ବର୍ଷା ପାଇଁ ଇନ୍ଦ୍ର ପୂଜାର ଆୟୋଜନ ଗାଁ ଗାଁରେ ଆରମ୍ଭ ହୋଇଛି ।

ଭାଲୁ କଟା ଇନ୍ଦ୍ର ପୂଜା କାର୍ଯ୍ୟ ସନ୍ତୋଷ ରଥ, ରମେଶ ଚନ୍ଦ୍ର ମିଶ୍ର କରିଥିଲେ। କର୍ତ୍ତା ରୂପେ କୁମର ସାହୁ ଓ ତାଙ୍କ ପତ୍ନୀ ରୁକୁଣୀ ସାହୁ ରହିଥିଲେ। ଋଶ୍ୟଶୃଙ୍ଗ ଋଷି ଭାବରେ ଗୋପବନ୍ଧୁ ବେହେରା ଦାୟିତ୍ଵ ତୁଲାଇଥିଲେ। ଏହି ପୂଜାରେ ଆଠ ଲିଟର ଘିଅରେ ଆହୂତି ପ୍ରଦାନ କରାଯାଇଥିଲା। ରାଧାକୃଷ୍ଣ ମନ୍ଦିର କମିଟି ସଦସ୍ୟ ସହ ନେହେରୁ ସାହୁ, ରିଙ୍କୁ ସାହୁ, ଅନି ସାହୁ, ସଞ୍ଜୟ ସାହୁ ଓ ଗ୍ରାମବାସୀ ସହଯୋଗ କରିଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version