ଚାନ୍ଦପୁରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ଓ ଦୁଇ ଅଭିଯୁକ୍ତ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୧୧ ଅଗଷ୍ଟ ବୁଧବାର) ଚାନ୍ଦପୁର :- ରଣପୁର ବ୍ଲକ ଚାନ୍ଦପୁର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି ଚାନ୍ଦପୁର ପୋଲିସ । ବହୁ ଦିନର ପରିଶ୍ରମ ପରେ ଏହି ସଫଳତା ହାସଲ କରିଛି ଚାନ୍ଦପୁର ପୋଲିସ । ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡା ଠାରେ ଏକ ହୋଣ୍ଡା ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଉକ୍ତ ଗାଡି କୁ ଚଢ଼ାଉ କରାଯାଇ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଚାନ୍ଦପୁର ଥାନା ଆଇଆଇସି ରଶ୍ମି ରଞ୍ଜନ ଦାଶ ଙ୍କ ତତ୍ୱବଧାନ ରେ ତଦନ୍ତକାରୀ ଅଧିକାରୀ ତଥା ମହିଳା ପୋଲିସ ଅଞ୍ଜଳୀ ସାହା ଙ୍କ ସମେତ ସବ୍ ଇନିସପେକ୍ଟର ରମେଶ ବେହେରା ଉକ୍ତ ଗଞ୍ଜେଇ ପୂର୍ଣ୍ଣ ଗାଡି ଟିକୁ ଜବତ କରିଛନ୍ତି ।

ତେବେ ପୋଲିସ ଛଅ ମାସର ଛକା ପଞ୍ଝା ପରେ ଦୁଇ ଅଭିଯୁକ୍ତ ଙ୍କ ସହିତ ୧ କ୍ୱିଣ୍ଟାଲ ଗଞ୍ଜେଇ ଓ ଏକ ହୋଣ୍ଡା ସିଟି କାର ଜବତ ହୋଇଥିବା ଜଣାଯାଇଛି । ବିଭିନ୍ନ ଜିଲ୍ଲାରେ ଏବେ ପୋଲିସ ର ଗଞ୍ଜେଇ ଚାଲାଣ ଉପରେ କଡା ନଜର ଥିବା ବେଳେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସ୍ ମଧ୍ୟ ବହୁଳ ପରିମାଣର ଗଞ୍ଜେଇ ଚାଲାଣ କୁ ନଜର ରେ ରଖି ଅଚାନକ ଚଢ଼ାଉ କରିଛି । ଉକ୍ତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ହେବ ବୋଲି ଜଣା ପଡ଼ିଛି ।

ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଜଣଙ୍କ ନାମ ଅର୍ଜୁନ କୁମାର ଜେନା ଓ ଅନ୍ୟ ଜଣଙ୍କ ନାମ ପ୍ରକାଶ ପାଇନାହିଁ । ତେବେ ଉକ୍ତ ଅଭିଯୁକ୍ତ ପାଞ୍ଚ ବର୍ଷ ଧରି ଗଞ୍ଜେଇ ଚାଲାଣ କରି ଆସୁଥିବା ଜଣା ଯାଇଛି ଯାହାକୁ ଆଜି ପୋଲିସ ଗିରଫ କରିଛି । ଚାନ୍ଦପୁର PS କେସ୍ ନମ୍ବରନୁସାରେ 114/2021 ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି । ଏତଦବ୍ୟତୀତ ଏହା ଉପରେ ଅଧିକ ଅନୁସନ୍ଧାନ କରାଯାଉଛି ।

Exit mobile version