ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ,ମଙ୍ଗଳବାର, ଏପ୍ରିଲ 14.4.2020 :- ଭୁବନେଶ୍ୱର, ତୃତୀୟ ଦିନରେ ପୁଣି ଖୁସି ଖବର । ଆଜି ଆଉ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ବାହାରିଛି । ସମସ୍ତେ ହେଉଛନ୍ତି ଭୁବନେଶ୍ୱରର । ୧୦ ତାରିଖ ରାତିରେ ଏକା ସାଙ୍ଗେ ୧୦ ଜଣ କରୋନା ଆକ୍ରାନ୍ତ ହୋଇଥିଲେ । ପୂର୍ବରୁ ରାଜ୍ୟର ପ୍ରଥମ ଓ ଦ୍ୱିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ରାତିରେ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି । ଗତକାଲି କାଳାହାଣ୍ଡିର ଜଣେ ଆକ୍ରାନ୍ତ ସୁସ୍ଥ ହେଇଥିଲେ । ସମସ୍ତଙ୍କୁ ମିଶାଇ ଏବେ ରାଜ୍ୟର ୧୮ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି ଆଜି ଆଉ ଜଣେ ପଜିଟିଭ୍ ଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଏବେ ୫୫ରେ ପହଂଚିଛି । ତେବେ ସେମାନଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ଥି ଆଣି ଦେଇଛି । ସମସ୍ତଙ୍କ ମିଳିତ ସହଯୋଗରେ ଓଡିଶା କୋଭିଡ୍ ବିରୋଧୀ ଲଢେଇରେ ବିଜୟୀ ହେବାକୁ ଯାଉଛି ବୋଲି ସ୍ୱାସ୍ୟ୍ଥ ବିଭାଗ ପକ୍ଷରୁ କୁହାଯାଇଛି ।
ତୃତୀୟ ଦିନରେ ପୁଣି ଖୁସି ଖବର : ଆଉ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ
by
Proprietor Abhimanyu Maharana
September 12, 2026
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ
by
Proprietor Abhimanyu Maharana
September 12, 2026
ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ - ଉଲ୍ଲାସ ଜନସଚେତନତା ପଦଯାତ୍ରା
by
Proprietor Abhimanyu Maharana
September 12, 2026
ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ
by
Proprietor Abhimanyu Maharana
September 12, 2026
ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ
by
Proprietor Abhimanyu Maharana
September 12, 2026
ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ
by
Proprietor Abhimanyu Maharana
September 11, 2026